BusinessDistrictEducationHealthNationNawarangpurOdishaPolitics

ଯୋଗାଣ ବିଭାଗର କେନ୍ଦ୍ରୀୟ ଟିମ୍ ନବରଙ୍ଗପୁର ଗ୍ରସ୍ତ

ନବରଙ୍ଗପୁର, ୦୯/୦୭: କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ।

ପ୍ରଥମେ କେନ୍ଦ୍ରୀୟ ଟିମ୍ ଏଫସିଆଇ ଗୋଦାମ, ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସରୁଗୁଡା ପିପିସି ପଏଣ୍ଟ ଦେଖ୍ ଆସିବା ପରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ। କେନ୍ଦ୍ରୀୟ ଟିମର ଆସିଥିବା ରାମକେଶ ମୀନା,ୟସ୍ ଦିପଙ୍କ ସହ ଜିଲ୍ଲା ଯୋଗାଣ ବିଭାଗୀୟ ଅଧିକାରୀ ଦେବାଶିଷ ମହାନ୍ତି, ବିଷ୍ଣୁ ପ୍ରସାଦ ପ୍ରଧାନ, ଧରମରାଜ ପାଶୱାନ୍, ପ୍ରୀତିଶ୍ ମହାନ୍ତି, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ବିପ୍ପଣୀ ଅଧୁକାରୀ ରୋହିତ୍ ମାଝୀ, ପ୍ରବୀଣ ପ୍ରଧାନ, ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ସୁରେଶ ଚନ୍ଦ୍ର ବିଷୋୟୀ, ସ୍ଥାନୀୟ ସରପଞ୍ଚ କିଶୋର ନାୟକ ତଥା ହିତାଧୁକାରୀ ଉପସ୍ଥିତ ରହିଥିଲେ। ଟିମ୍ କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟକୁ କିଭଳି ଗ୍ରହଣ କରୁଛନ୍ତି ଏବଂ

କେହି ବଞ୍ଚିତ ହେଉଛନ୍ତି କି, ଏଥିପାଇଁ କୌଣସି ପ୍ରକାର ଟଙ୍କା ଗ୍ରହଣ କରାଯାଉଛି

ମ୍ୟାନେଜମେଣ୍ଟ, ଅନ୍ ଲାଇନ ବିଲ୍, ମୋଟ ପଞ୍ଜିକରଣ, ଇ-କେୱାସି, ପିଡିଏସ ବାୟୋ ମେଟ୍ରିକ୍ ଆଦି ବିଷୟକୁ ନେଇ ଯାଞ୍ଚ କରିବା ସହ ହିତାଧୁକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଣ ହେଉଛି କି ନାହିଁ ବୋଲି ପଚାରି ବୁଝିଥିଲେ । ଅନ୍ତଦୋୟ ଓ ପିଏଚଏଚ୍ କାର୍ତ୍ତ ମାଧ୍ଯମରେ କିଲୋ ଚାଉଳ,ମାଣ୍ଡିଆ

କି ନାହିଁ ବୋଲି ବୁଝିଥିଲେ। ହିତାଧିକାରୀଙ୍କ ପାଇଁ ସରକାରଙ୍କ ତରଫରୁ ଅଧୂକ ସୁବିଧା ଯୋଗାଇ ଦେବା ପାଇଁ କଣ କରାଯାଇ ପାରିବ ବୋଲି ହିତାଧୁକାରୀଙ୍କୁ ପଚାରିଥିଲେ। ଏହାଛଡା ପଞ୍ଚାୟତରେ କିଭଳି ଭାବରେ ଲୋକଙ୍କୁ ସୂଚନା ପ୍ରଦାନ କରାଯାଉଛି, ପରିବାରର ଅନ୍ୟ ସଦସ୍ୟଙ୍କୁ ଯୋଡିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଦେଖୁଥିଲେ । କେନ୍ଦ୍ରୀୟ ଟିମ୍ ଫୋର୍ଟିଫାଏଡ ଚାଉଳ ଦିଆଯିବାକୁ ନେଇ ଗୁରୁତ୍ବ ପ୍ରଦାନ କରିଥିଲେ। ପ୍ରଥମେ ହିତାଧୁକାରୀମାନେ ଫୋର୍ଟିଫାଏଡ ଚାଉଳକୁ କିଭଳି ଗ୍ରହଣ କରୁ ନ ଥିଲେ ଓ ପରେ ସଚେତନତା ଦ୍ଵାରା ସେହି ଚାଉଳରେ ବିଭିନ୍ନ ପ୍ରୋଟିନ୍ ଯୁକ୍ତ ହୋଇଥିବାରୁ ଗ୍ରହଣ କରିଥିବା କୁହାଯାଇଥିଲା । ଚାଉଳ ବଣ୍ଟନ କିମ୍ବା ମିଳିବାରେ କୌଣସି ଅସୁବିଧା ହେଲେ ଅପରି ଅଭିଯୋଗ ହେଉଛି କି ବୋଲି ପଚାରି ବୁଝିଥିଲେ। ବିଭାଗୀୟ ଟିମ୍ କେନ୍ଦ୍ର ସରକାରଙ୍କ ଦ୍ଵାରା ହିତାଧୁକାରୀଙ୍କୁ ଯୋଗାଇ ଦିଆଯାଉଥୁବା ଚାଉଳକୁ କିଭଳି ଗହଣ କରୁଛନ୍ତି, ତାହାକୁ ନେଇ ତଥ୍ୟ ସଂଗ୍ରହ କରିଥିଲେ। ନନ୍ଦାହାଣ୍ଡି ବ୍ଲକ ବୁଲିବା ପରେ ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button