DIstrictEducationHealthKoraputNationOdishaPolitics

୪୭ ଜବରଦଖଲକାରୀଙ୍କୁ ରାଜସ୍ବ ବିଭାଗର ନୋଟିସ

ସୁନାବେଡ଼ା / ସେମିଳିଗୁଡ଼ା, 0୭/0୭: ସରକାରୀ ଜମିରେ ବେଆଇନ ନିର୍ମାଣକୁ ନେଇ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି | ସେମିଳିଗୁଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୁନାବେଡା ପୌର ପରିଷଦ ଅଧୀନ ସୁନାବେଡ଼ା ସହରାଞ୍ଚଳରେ ଖାଲି ଥିବା ସରକାରୀ ଜାଗା ଜବରଦଖଲ କରି ବେଆଇନ ନିର୍ମାଣ କରିଥିବା ପ୍ରାୟ ୪୭ଜଣଙ୍କୁରାଜସ୍ବ ବିଭାଗ ନୋଟିସ ଜାରି କରିଛି କେବଳ ସୁନାବେଡା ଅଞ୍ଚଳବାସୀଙ୍କୁ ନୋଟିସ୍ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜମିକୁ ଲୋକେ ଜବରଦଖଲ କରି ବାଣିଜ୍ୟିକ ପ୍ରତିଷ୍ଠାନ ଓ ବାସଗୃହ ନିର୍ମାଣ କରିଥିବା ବେଳେ କେବଳ ସୁନାବେଡ଼ା ଅଞ୍ଚଳବାସୀଙ୍କୁ କାହିଁକି ନୋଟିସ୍ କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେମିଳିଗୁଡ଼ା ଅଞ୍ଚଳବାସୀଙ୍କୁ ମଧ୍ୟ ନୋଟିସ୍ କରିବା କଥା କିନ୍ତୁ କାହିଁକି ହୋଇନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସେମିଳିଗୁଡ଼ା ଅତିରିକ୍ତ

– ସରକାରୀ ଜମିରେ ବେଆଇନ ନିର୍ମାଣ ଅଭିଯୋଗ

– ବିଭାଗର କାର୍ଯ୍ୟରେ ଲୋକେ ଅସନ୍ତୋଷ

ତହସିଲଦାର ଦେବୀ ପ୍ରସାଦ ନାୟକଙ୍କୁ ପଚାରିବାରୁ ସୁନାବେଡା ଅଞ୍ଚଳର ୪୭ଜବରଦଖଲକାରୀଙ୍କୁ ନୋଟିସ ହୋଇଥିବା ସ୍ବୀକାର କରିଛନ୍ତି। ଏଥିସହ ଅଧିକାଂଶ ଲୋକଙ୍କ ଶୁଣାଣି ମଧ୍ୟ ଶେଷ ହୋଇଥିବା ଓ ୩୦ ଦିନର ମହଲତ ଦିଆଯାଇଥିବା ସେ କହିଛନ୍ତି। ନିର୍ଦ୍ଧାରିତ ସମୟରେ ଜାଗା ଖାଲି ନ କଲେ ବିଭାଗ ପକ୍ଷରୁ ସେଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ମଧ୍ୟ କହିଛନ୍ତି। କେବଳ ସୁନାବେଡ଼ା ଅଞ୍ଚଳକୁ କାହିଁକି ନୋଟିସ୍ ହୋଇଛି ବୋଲି ପଚାରିବାରୁ ସେମିଳିଗୁଡ଼ା ତହସିଲଦାର ଦେବବ୍ରତ କରାତି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସୁନାବେଡା ନୋଟିସ ହୋଇଛି। ଶୀଘ୍ର ସେମିଳିଗୁଡ଼ାରେ ମଧ୍ଯ ସର୍ଭେ କରି ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button