DistrictEducationHealthNationNawarangpurOdisha

ବିଦ୍ୟାଳୟରେ ଛାତ୍ରୀଙ୍କୁ ଲାଗିଲା ଭୂତ

ଡାକ୍ତରଖାନା ବଦଳରେ ଦିଶାରି ପାଖକୁ ନେଲେ

ବୈପାରିଗୁଡ଼।, ୦୮/୦୭: ବୈପାରିଗୁଡ଼ା ବ୍ଲକ ଚନ୍ଦ୍ରପଡ଼ା ଉଚ୍ଚବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଭୂତ ଲାଗିଛି ଦଶମ ଶ୍ରେଣୀ କକ୍ଷରେ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ବେଳେ ହଠାତ୍ ଜଣେ ଛାତ୍ରୀ ଅସ୍ବାଭାବିକ ଆଚରଣ କରିଥିଲେ | ଲମ୍ବା ନିଃଶ୍ଵାସ ନେବା ସହ ଜଣେ ପୁରୁଷ ଭଳି କଥାବାର୍ତ୍ତା ହେଉଥିଲେ | ମୋତେ ମଦ ଦିଆ ମୋତେ ବିଡ଼ି ଦିଅ କହି ଜିଦ୍ କରୁଥିଲେ । ମୁଁ ଏଠାରୁ ଯିବିନାହିଁ। ମୁଁ ସେ ଲୋକକୁ ମାରିବି ଏଭଳି ଆଚରଣ କରିବା ଦେଖିବାକୁ ମିଳିଥିଲା ଠିକ୍ ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଶିକ୍ଷା ବିଭାଗ ନିର୍ଦ୍ଦେଶକ ବିଦ୍ୟାଳୟ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଛାତ୍ରୀଙ୍କ ଏଭଳି ଆଚରଣ ଦେଖି

ତୁରନ୍ତ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଛାତ୍ରୀଙ୍କ ଭାଇ ବିଦ୍ୟାଳୟରେ ପହଞ୍ଚି ମେଡିକାଲ ପରିବର୍ଷେ ଗୁଣିଆ ପାଖକୁ ନେବୁ ଉପାନ୍ତ ଅଞ୍ଚଳରେ ଅନ୍ଧବିଶ୍ଵାସ ରହିଛି ଏବଂ ସଚେତନତା ସୃଷ୍ଟି କରିବା ଆବଶ୍ୟକ ରହିଛି ବୋଲି ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମିଶ୍ର କହିଛନ୍ତି। କହି ଘରକୁ ନେଇଯାଇଥିଲେ। ଏଭଳି ଅଭାବନୀୟ ଘଟଣା ଦେଖି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଭୟଭୀତ ହୋଇଯାଇଥିଲେ | ଏବେ ସ୍ଥାନୀୟ ଲୋକେ ଆଜି ବି ଭୂତ ରହିଥିବା ବିଶ୍ବାସ କରୁଥିବା ବେଳେ ଏହି ଘଟଣା ବୈପାରିଗୁଡ଼ାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button