DistrictEntertainmentHealthNationOdisha

ବନ୍ୟା ପାଣିରେ ଫସିଥୁବା ହାତୀ ପ୍ରତି ବର୍ବରତା

ପେଟ୍ରୋଲ ଢାଳି ନଦୀ ପଠାରେ ଲଗାଇଲେ ନିଆଁ

ଫରେଷ୍ଟର କହିଲେ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟ

ଅନ୍ୟ ସ୍ଥାନରେ ବନ୍ୟାପାଣିରୁ ଉପରକୁ ଉଠିଲା ଗୋଠଛଡ଼ା ଦତ୍ତା

ବ୍ରାହ୍ମଣୀ ନଦୀ ଟାପୁରେ ଫସିଛତ୍ତି ୩୦ରୁ ଊର୍ଦୁ ହାତୀ

ପରଜଙ୍ଗ,୭/୭: ବ୍ରାହ୍ମଣୀ ନଦୀର ବନ୍ୟା ପାଣିରେ ଫସିଥ‌ିବା ଏକ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସହଯୋଗ କରିବା ପରିବର୍ରେ କେତେଜଣ ଅସାମାଜିକ ବ୍ୟକ୍ତି ବର୍ବରତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଛନ୍ତି। ହାତୀଟି ଉପରକୁ ଉଠୁଥ‌ିବା ବେଳେ ସେମାନେ ପେଟ୍ରୋଲ ଢାଳି ନଦୀ ପଠାରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ହାତୀଟିକୁ ନଦୀରେ ଅଧ‌ିକ ସମୟ ସଂଘର୍ଷ କରିବାକୁ ପଡ଼ିଛି। ତେବେ ନଦୀ ପଠାର ଅନ୍ୟ ଏକ ସ୍ଥାନରେ ଉପରକୁ ଉଠିବାରେ ସଫଳ ହୋଇଥୁବାରୁ ଏହି ଐତିହ୍ୟ ପ୍ରାଣୀର

ନଦୀରୁ ଉପରକୁ ଉଠିବାକୁ ହାତୀଟି ଉଦ୍ୟମ କରୁଥିବା ବେଳେ ଅସାମାଜିକମାନେ ପଠାରେ ନିଆଁ ଲଗାଇ ଦେଇଛନ୍ତି।

ଜୀବନ ରକ୍ଷା ହୋଇପାରିଛି I ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଳସାହି ଗାଁ ପାଖ ବ୍ରାହ୍ମଣୀ ନଦୀ ପଠାରେ ସୋମବାର ଘଟିଥ‌ିବା ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ସୂଚନା ଅନୁଯାୟୀ, ପାଳସାହି ଗାଁ ପାଖ ଜଙ୍ଗଲରୁ ରବିବାର ରାତିରେ ୩୦ରୁ ଅଧିକ ହାତୀ ବାହାରି ଖଡ୍‌ଗପ୍ରସାଦ ଅଞ୍ଚଳକୁ ଯିବାକୁ ବ୍ରାହ୍ମଣୀ ନଦୀ ପାର ହେଉଥିଲେ। ହେଲେ ନ‌ଦୀରେ ପ୍ରଖର ବେଗରେ ବନ୍ୟା ପାଣି ପ୍ରବାହିତ

ହେଉଥିବାରୁ ହାତୀପଲ ନଦୀ ମଝିରେ ଥିବା ଏକ ଟାପୁରେ ରହିଯାଇଥିଲେ। ସେଥିରୁ ୨ଟି ହାତୀ ପାଣିରେ ପହଁରି ଖଡ଼ଗପ୍ରସାଦ ଜଙ୍ଗଲକୁ ଚାଲିଯିବାରେ ସକ୍ଷମ ହୋଇଥିଲେ। ଏହାପରେ ଏକ ଗୋଠଛଡ଼ା ଦନ୍ତା ହାତୀ ନଦୀ ପାର ହେବାକୁ ଉଦ୍ୟମ କରିବା ののの ଫସିଯାଇଥିଲା। ହାତୀଟି ପାଳସାହି ପଟକୁ ଯିବାକୁ ରାତି ତମାମ ଚେଷ୍ଟା କରିଥିବାରୁ ବନ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଢିଥିଲା। ସୋମବାର ସକାଳେ ଉକ୍ତ ଦନ୍ତା ହାତୀ ପାଳସାହି ପଟେ ନଦୀପଠାକୁ

ଉଠୁଥ‌ିବା ବେଳେ କେତେଜଣ ଅସାମାଜିକ ବ୍ୟକ୍ତି ପେଟ୍ରୋଲ ଢାଳି ନଦୀ ପଠାରେ ନିଆଁ ଲଗାଇ ଦେଇଥିଲେ। ଫଳରେ ହାତୀଟି ଉକ୍ତ ସ୍ଥାନରେ ଉଠି ନ ପାରି ପୁଣି ନଦୀକୁ ଫେରି ଅନ୍ୟ ସ୍ଥାନରେ ଉପରକୁ ଉଠିଥିଲା। ତେବେ ନଦୀ ମଝିରେ ଥିବା କୁଦରେ ୩୦ରୁ ଊର୍ଦ୍ଧ୍ୱ ହାତୀ ଫସି ରହିଥ‌ିବା ଡିହଡୋଳ ଫରେଷ୍ଟର ଚନ୍ଦ୍ରଶେଖର ବେହେରା ସୂଚନା ଦେବା ସହ ପାଳସାହି ଗ୍ରାମର କେତେଜଣ ଅସାମାଜିକ ଯୁବକ ନଦୀପଠାରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button