
ନବରଙ୍ଗପୁର, ୦୬/୦୭: ଜିଲ୍ଲା ନାଗରିକ କମିଟି ପକ୍ଷରୁ ପୌରାଞ୍ଚଳର ୧୭ନଂ ୱାର୍ଡରେ ଥିବା ନାଳ ନର୍ଦ୍ଦମାର ମରାମତି, ରାସ୍ତାଘାଟ ନିର୍ମାଣ ଓ ଡସିଂୟାର୍ଡର ଅବ୍ୟବସ୍ଥା ଓ ପାଇଖାନା ସଫେଇ ଯାନ ପାଇଁ ପୌରସଂସ୍ଥା ଅତ୍ୟଧିକ ଦେୟ ନେଉଥିବା ଅଭିଯୋଗ କରି ଏକ ସ୍ମାରକପତ୍ର ପୌର ନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କଣ୍ଠଙ୍କୁ ପ୍ରଦାନ କରାଯାଇଥିଲା ।
ତେବେ ଦାବି ଗୁଡ଼ିକ 6968 କାର୍ଯ୍ୟକାରୀ ଦୂର ହୋଇଛି ସେ ନେଇ ପଚାରି ବୁଝିଥିଲେ | ନିର୍ବାହୀ ଅଧିକାରୀ ଆଗାମୀ କାଉନସିଲ ବୈଠକରେ ନିଶ୍ଚିତ ଭାବେ ଉପସ୍ଥାପନା କରି ସମସ୍ତ ସମସ୍ୟାର ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ |
ସେହିପରି ପାଇଖାନା ସଫେଇ ଯାନ ପାଇଁ ପୌରସଂସ୍ଥା ଅତ୍ୟଧିକ ଦେୟ ନେଉଥିବା ଅଭିଯୋଗର ଉତ୍ତରରେ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ ସରକାରୀ ଧାର୍ଯ୍ୟ ଦର ହିଁ ନିଆଯିବ । ଏହି ଆଲୋଚନା ବେଳେ ସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ ରାମପ୍ରସାଦ ପାତ୍ର, କିଶୋରୀ ପଟ୍ଟନାୟକ, ତପନ କୁମାର ବିଷୋୟୀ, ସୁବ୍ରତ ବେହେରା, ପ୍ରଦୀପ କୁମାର ସାହୁ ଓ ଶ୍ରୀନିବାସ ପାତ୍ର ଉପସ୍ଥିତ ଥିଲେ ।