
କୋରାପୁଟ, ୦୩/୦୭: ଜିଲ୍ଲା ୟୁନାଇଟେଡ ପାଷ୍ଟର୍ସ ଫେଲୋସିପ୍ ଙ୍କ ଆହ୍ୱାନରେ ଜାତୀୟ ଖ୍ରୀଷ୍ଟିୟନ୍ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର କୋରାପୁଟ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାର ନିକଟକୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ର ମାଧ୍ୟମରେ ଓଡିଶାର ବିଭିନ୍ନ ଜିଲ୍ଲା ଭିତରେ ଘଟୁଥିବା ଖ୍ରୀଷ୍ଟିଆନ ମାନଙ୍କୁ ନିର୍ଯାତନା, ଧର୍ମାନ୍ତର ଅଭିଯୋଗ ଓ ଧାର୍ମିକ ଆକ୍ରମଣ ବିଷୟରେ ଚିନ୍ତା ବ୍ୟକ୍ତ କରାଯାଇଛି ଏବଂ ଏହା ବିରୋଧରେ ଦୃଢ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନିବାରଣ କରିବାକୁ ଅନୁରୋଧ କରାଯାଇଛି।ଉପସ୍ଥିତ ସଭାପତି ରେଭ୍. ଦାନିଏଲ ଖରା ଓ ସମ୍ପାଦକ ରେଭ୍. ସୁନିଲ କ୍ଷତ୍ରୀୟଙ୍କ ନେତୃତ୍ୱରେ, ବିଭିନ୍ନ ବ୍ଲକ ଓ ମୁନିସିପାଲିଟି ଅଞ୍ଚଳରୁ ବହୁ ଶକ୍ୟାରେ ପାଳକ ପ୍ରତିନିଧିମାନେ ଏକତ୍ରିତ ହୋଇ ଏହି ଆନ୍ଦୋଳନରେ ଭାଗ ନେଇଥିଲେ।
ବନ୍ଧୁଗାଁ ବ୍ଲକର ଅଣ୍ଟାମେଡା ଗାଁରେ ଚାରି ନିରୀହ ଖ୍ରୀଷ୍ଟିଆନ ପରିବାରଙ୍କ ଘର ଭାଙ୍ଗି ଗାଁରୁ ତଡି ଦେବା ଓ ମାଲକାନଗିରି ଜିଲ୍ଲାରେ ତିରିଶ ଜଣ ଖ୍ରୀଷ୍ଟିଆନ ଉପରେ ଧର୍ମ ଆଧାରିତ ଆକ୍ରମଣ ଘଟିଥିବା ଘଟଣା ଉଲ୍ଲେଖ କରାଯାଇଛି। ଏହି ସହ ବିଭିନ୍ନ ଜିଲ୍ଲାରେ ଗୃହ ପ୍ରାର୍ଥନା କିମ୍ବା ବାଇବେଲ ରଖିବା ନିମିତ୍ତେ ମିଥ୍ୟା ଅଭିଯୋଗ ଓ କେସ୍ ଦାଖଲ କରାଯାଉଥିବା ବିଷୟରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶିଷ୍ଟ ନାମ ହେଲେ:ବିଷପ୍ ରାଜେଶ ପାତ୍ର ରେଭ୍. ଆଇ.ଡି. ସୁନା ପାଳକ,ସୁନିଲ ଖିଲ ପାଳକ, ସନ୍ଜୟ କୁମାର ଡ଼ଙ୍ଗିରି, ପାଳକ ଜଗତ ହିଆଲ ,ବିପୁଳ ଟାକ୍ରି, ନିରଞ୍ଜନ ବାଘ, ଅଜିତ ଟାକ୍ରି.ଏ ଗିଦ୍ଦିୟୋନ ଓ ସମାଜ ସେବୀ ଆଶିଷ ଭାଲୁ, ସମାଜ ସେବୀ ଜଗନାଥ ଖିଲ,
ଚାରାଙ୍ଗୁଲ୍ ପଞ୍ଚାୟତ ଡମ୍ ସମାଜ ସଭାପତି,ସଲିମନ୍ ଟାକ୍ରି,ଏହି ଦାବିପତ୍ର ଦେବାରେ ସାମିଲ ରହିଥିଲେ ଆଜି ଏହି ଦାବିପତ୍ର ମାଧ୍ୟମରେ ଖ୍ରୀଷ୍ଟିଆନ ମାନଙ୍କ ସୁରକ୍ଷା, ଧାର୍ମିକ ସ୍ୱାଧୀନତା ଓ ସମ୍ବିଧାନିକ ଅଧିକାର ବ୍ୟବସ୍ଥାପନ ପାଇଁ ରାଜ୍ୟ ସରକାର ଉପରେ ଦିଆଯାଇଛି ଦାବିପତ୍ର।ଏହାର ସରକାର କାର୍ଯ୍ୟକାରୀ କରିବେ ବୋଲି ବିଶ୍ୱାସ ରହିଛି ଜଦି କରା ନଗଲେ ଆଇନ୍ କୁ ହାତକୁ ନେବା ବାଧ୍ୟ ହେବୁ ବୋଲି ସୂଚନା ମୁତାବକ।