ଥଇଥାନ ଯୋଜନାରେ ଆଶାୟୀ ପ୍ରାଥୀଙ୍କୁ ନିଯୁକ୍ତି ଦାବି

ନବରଙ୍ଗପୁର,2/7: ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନା ପ୍ରକାରେ ରେ ନିଯୁକ୍ତି ଦେବାକୁ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲାର ୧୩ ଜଣ ଆଶାୟୀ ଦାବି କରିଛନ୍ତି। ଦୀର୍ଘ ବର୍ଷରୁ ପଡ଼ିରହିଥିବା ଆବେଦନ କାଗଜପତ୍ର ବିଭାଗୀୟ ସ୍ତରରେ ପଡ଼ିରହିଥିବା ସ୍ଥ ସ୍ଥଳେ ଅଦ୍ୟାବଧ୍ ନିଯୁକ୍ତି ସମ୍ପର୍କିତ କୌଣସି ଆଖିଦୃଶିଆ ପଦକ୍ଷେପ ଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷରୁ ନିଯୁକ୍ତି ପାଇଁ ସଂଘର୍ଷ କରୁଛୁ ବୋଲି କୁଶଲ ଚନ୍ଦ୍ର ହିଆଲ, କୁମାର ସାନୁ ଦାସ, ନିରଞ୍ଜନ ମହାନ୍ତି, ଗୌରାଙ୍ଗ ମାଝୀ, ସୁରେନ୍ଦ୍ର ପନକା, ସୁରେଶ ଚନ୍ଦ୍ର ଭତରା, ଦୀପକ କୁମାର ବିଶୋଇଙ୍କ ସମେତ ୧୩ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସପିମକୋର୍ଟ ଓ ହାଇକୋର୍ଟଙ୍କ
ନିର୍ଦ୍ଦେଶ ଥ୍ବା ସତ୍ତ୍ବେ ବିଭାଗୀୟ କର୍ମଚାରୀ ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସରକାରଙ୍କ ପକ୍ଷରୁ ଗେଜେଟ୍ ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ କର୍ମକର୍ତ୍ତା କାର୍ଯ୍ୟାନୁଷ୍ଠାନ ନ ନେବା ପରିତାପର ବିଷୟ ବୋଲି କହିଛନ୍ତି। ନିଯୁକ୍ତିରୁ ବଞ୍ଚୁତ ହୋଇ ବେରୋଜଗାର ଓ କର୍ମହୀନଭାବେ ବଞ୍ଚୁବାକୁ ପଡ଼ୁ ପଡ଼ୁଛି । ଏହା ଦୁର୍ଭାଗ୍ୟର ବିଷୟ । ବିଭାଗୀୟ କର୍ମକର୍ତ୍ତା ଆଶାଯ ଶାୟୀ ପ୍ରାର୍ଥୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି କରୁଛନ୍ତି। ଉଚ୍ଚ ପଦାଧୂକାରୀଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇ ହଇରାଣ ହେବାକୁ ପଡ଼ୁଛି ତଥାପି କେହି ଗୁହାରି ଶୁଣୁନାହାନ୍ତି ବୋଲି ଜିଲାପାଳଙ୍କୁ ଜଣାଇଛନ୍ତି। ଅଭିଯୋଗର ସମାଧାନ ତୁରନ୍ତ ନ ହେଲେ ନବରଙ୍ଗପୁର ଜିଲାର ସମସ୍ତ ସ୍ତ ବିଭାଗର ଆଶାୟୀ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନାଷ୍ଠରେ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।