DistrictHealthNationOdishaPolitics

ଟିକାୟତପୁର ଗାଁରେ ପଶିଲା ବନ୍ୟା ପାଣି

ମୋରଡ଼ା,1/7: ଲଘୁଚାପ ଜନିତ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ରାସଗୋବିନ୍ଦପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଲୋକ ଜଳଘେରରେ ଥିବାବେଳେ ସବୁଠାରୁ ଅଧ‌ିକ ପ୍ରଭାବିତ ହୋଇଛି ଉକ୍ତ ବ୍ଲକ ଅଧୀନ ଗଡ଼ିଘାଟି ପଞ୍ଚାୟତର ଟିକାୟତପୁର ଗାଁ। ଏହି ଗ୍ରାମରେ ମୋଟ ୫୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଗାଁରେ ପ୍ରବେଶ କରିଛି।

ସୋମ‌ବାର ସକାଳ ୯ଟା ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସ୍ଥିତି ଅନୁଧ୍ୟାନ କଲେ ଜିଳ୍ଲାପାଳ ସାୟ, ଉପଜିଲାପାଳ ଦୟାସିନ୍ଧୁ ପରିଡ଼ା, ରାସଗୋବିନ୍ଦପୁର ବିଡିଓ ଅନନ୍ତ ହାଁସଦା, ମେଡିକାଲ ଟିମ, ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଟିକାୟତପୁର ଗ୍ରାମରେ ପହଞ୍ଚୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମବାସୀଙ୍କ ପାଇଁ ହୋଇଥିବା ଖାଦ୍ୟ ପାନୀୟ ବ୍ୟବସ୍ଥା ଯାଞ୍ଚ କରିଥିଲେ। ତେବେ ବନ୍ୟା ଜଳ ଗାଁରେ ପ୍ରବେଶ ନ କରିବା ପାଇଁ ଏକ ଆଡିବନ୍ଧ ନିର୍ମାଣ ଲାଗି ଗ୍ରାମବାସୀ ଦାବି କରି କରିଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button