
ନବରଙ୍ଗପୁର, 3o/6: ନାବାଳିକା ଝିଅ ଚାଲାଣ ଅଭିଯୋଗରେ କୋଡିଙ୍ଗା ପୋଲିସ ଦ୍ଵାରା ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ସମ୍ପର୍କରେ ନବରଙ୍ଗପୁର ଏସଡି ପି ଓ କୃଷ୍ଣଚନ୍ଦ୍ର ଭତ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ୨୪.୦୬.ରେ ଗୋଟି ବେତା ଗ୍ରାମର ରଘୁ ଭତ୍ରା କୋଡିଙ୍ଗା ଥାନାରେ ରିପୋର୍ଟ କରିଥିଲେ। ତାଙ୍କ ଏତେଲା ଅନୂଯାୟୀ, ୨୦.୦୬. ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ତାଙ୍କ ନାବାଳିକା ଭଉଣୀ ତାଙ୍କ ଗାଁର ଅନ୍ୟ ଦୁଇ ନାବାଳିକା ଝିଅଙ୍କ ସହିତ ଘରୁ କୌଣସି ସ୍ଥାନକୁ
ବାହାରକୁ ଯାଇଥିଲେ ଏବଂ ଫେରି ନଥିଲେ। ସେ ସନ୍ଦେହ କରିଥିଲେ ଯେ କେହି ଅଜଣା ବ୍ୟକ୍ତି ସେହି ନାବାଳିକା ଝି ଅମାନଙ୍କୁ ଅପହରଣ କରି ଥାଇପାରନ୍ତି । ମୋବାଇଲ୍ ଟ୍ରାକି”ରେ ନିଖୋଳ ଝିଅର
ଲୋକେଶନ ତାମିଲନାଡୁ ରାଜ୍ୟ ଅନ୍ତର୍ଗତ କରୁ ମଥାମପଟ୍ଟ ଅଞ୍ଚଳରେ ଦେଖାଯାଉଥିଲା । ତୁରନ୍ତ ପୋଲିସର ଏକ ଟିମ୍ ଗଠନ କରି ତାମିଲନାଡୁ ରାଜ୍ୟକୁ ଯାଇ ତାମିଲନାଡୁ ପୋଲିସ ସହାୟତାରେ ନାବାଳିକା
ଝିଅମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ କୋଡ଼ିଙ୍ଗା ପୋଲିସ ୪ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋଡିଙ୍ଗା ପୋଲିସ ମାମଲା ନଂ. ୧୦୭% ୨୫, ଧାରା ୧୩୭ (୨) ୧୪୩(୫)/୩(୫) ବିଏନଏସ
ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ୪ ଅଭିଯୁକ୍ତ ମାନେ ହେଲେ ପକନାଗୁଡା ଗ୍ରାମର ପ୍ରତାପ ହରିଜନ, ଗତି ବେଢା ଗ୍ରାମର ଖଗପତି ଜାନି, କାମତା ଗ୍ରାମର ବିକାଶ ନାୟକ, ଆର୍ଟିଗାଁର ମିତୁଲା ଜାନି । ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଚାରି ଚକିଆ ଯାନ ଅର୍ଥାତ୍ ଧଳା ରଙ୍ଗର ଜାଇଲୋ OD02 8840, ଗୋଟିଏ ଦୁଇ ଚକିଆ ଯାନ ଅର୍ଥାତ ହିରୋ ସେଣ୍ଡର ମୋଟର ସାଇକେଲ ଯାହାର ପଞ୍ଜିକରଣ ନମ୍ବର OD24D 7335 ଏବଂ ଚାରୋଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି।
ଗୋବିନ୍ଦା ତ୍ରିପାଠୀ 84805 56478