
ସୁନାବେଡ଼ା, ୩୦/୦୬: ସୁନାବେଡ଼ା ପୌଲାଞ୍ଚଳରେ SHG ମହିଳାଙ୍କ ଉପରେ ଦୁର୍ନୀତିର ହେଉଥିବାର ପ୍ରକାଶ ପାଇଛି। SHG ନାଁରେ ବହୁତ ଆର୍ଥିକ ଶୋଷଣ ପୁଣି ଦୁର୍ନୀତିର ଶିକାର ହୋଇଛନ୍ତି ଏହି ମହିଳାମାନେ।
ଗତ ଦିନମାନଙ୍କରେ ସ୍ଥାନୀୟ ଅଞ୍ଚଳରେ “ଶାନ୍ତି” ନାଁରେ ଏକ ସ୍ବୟଂ ସହାୟକ ଗୋଷ୍ଠୀର ଗଠନ କରାଯାଇ। ଏହି ସଂଘର ଉଦ୍ଦେଶ୍ୟ ଥିଲା କି, ନିଜ ଗୋଡ଼ରେ ଛିଡ଼ା ହେବା । ହେଲେ, ସେମାନେ ହୋଇଛନ୍ତି ଏବେ ଦୁର୍ନୀତିର ଶିକାର। ଅଧିକ ଲାଭବାନ ହେବାର ଲାଳସା ଦେଖାଇ ଉପର ଶ୍ରେଣୀର ଲୋକମାନେ ସେମାନଙ୍କୁ ଶୋଷଣ କରୁଛନ୍ତି। ଏବଂ ଆୟର ଅନେକ ଅର୍ଥ ହରାଇ ସାରିଥିବା କହିଛନ୍ତି। ଏହି ଶାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ଅଧିକାଂଶ ମହିଳାମାନେ ହେଲେ, ଅଳ୍ପ ଶିକ୍ଷିତ କିମ୍ବା ଅଶିକ୍ଷିତ ଅଟନ୍ତି। ଏମାନେ ସହଜରେ ଠକାମୀର ଶିକାର ହୋଇଥାନ୍ତି। ଏହାର ଲାଭ ଉଠାଇଥାନ୍ତି ଉପର ଶ୍ରେଣୀର ଲୋକମାନେ।
ଶାଶ୍ବତୀ ମହିଳା ମହାସଂଘ ଉପଦେଷ୍ଟା ଅଶ୍ୱିନୀ ପଟ୍ଟନାୟକ ସ୍ଥାନୀୟ ଶାନ୍ତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ବୀମା ଲୋଭ ଦେଖାଇ ଟଙ୍କା ଠକିଥିବା ଜିଲ୍ଲାପାଳ ଭି.କୀର୍ତ୍ତି କରିଥୂଳେ ଭାସନଙ୍କ ନିକଟରେ ଟରେ କିଛି ମାସ ପୂର୍ବରୁ ଅଭିଯୋଗ ଥିଲେ। ଶ୍ରୀ ପଟ୍ଟନାଯ ଯକ ସେମାନଙ୍କୁ ୭୦ ହଜାର ଟଙ୍କା ଠକି ନେ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ସମ୍ପର୍କରେ ତଦନ୍ତ ପାଇଁ ସୁନାବେଡ଼ା ସିଡିପିଓ ନଳିନୀ ବେହେରା, ପୌରପରିଷଦ ପୂର୍ବତନ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ବିଭୁ ଦତ୍ତ ସାହୁ, କମ୍ୟୁନିଟି ଅର୍ଗନାଇଜର ସଙ୍ଗୀତା ସିଂ ଏବଂ ବ୍ଲକ ପ୍ରୋଜେକ୍ଟ କୋଡ଼ିନେଟର, ମିଶନ ଶକ୍ତି ଖୁମ୍ବେ ହିକ୍ଲକାଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା I ପରେ ସିଡିପିଓ ନଳିନୀ ବେହେରା ତଦନ୍ତ ନିମନ୍ତେ ଉଭୟ ପକ୍ଷଙ୍କୁ ।ଙ୍କୁ ଚିଠି କରିଥିଲେ । ସିଡ଼ିପିଓ ବେହେରା ଜାରି କରିଥିବ ରିଥିବା ନୋଟିସ ମୁତାବକ ଶାନ୍ତି ଏସ୍ଏଚ୍ଜି ଓ ଶାଶ୍ବତୀ ମହିଳା ମହାସଂଘର କର୍ମକର୍ତ୍ତା ତଦନ୍ତ କମିଟି ସମ୍ମୁଖରେ ହାଜର ହୋଇଥିଲେ। ତଦନ୍ତ ବିଷୟରେ ପଚାରିବାରୁ ଶାଶ୍ବତୀ ମହିଳା ମହାସଂଘର ଉପଦେଷ୍ଟା ଅଶ୍ବିନୀ ପଟ୍ଟନାୟକଙ୍କୁ ଆମ ପ୍ରତିନିଧି ସୁରଜ୍ କୁମାର ବାଘ ପଚାରିବାରୁ ସେ ଏପରି ଠକେଇକୁ ସମ୍ପୁର୍ଣ୍ଣ ଭାବେ ଖଣ୍ଡନ କରି ଏହି ମନ୍ତବ୍ୟ ରଖିଛନ୍ତି।
ଏହି ଖବର ଉପରେ ଡମ୍ବ ସମାଜର ସଭାପତି ରାଜେନ୍ଦ୍ର ଧୋଡକା କହିଛନ୍ତି ଯେ, ଯଦି ଏହି ମହିଳା ମାନଙ୍କର ଉପରେ SHG ନାଁରେ ଦୁର୍ନୀତି ଓ ଶୋଷଣ ଚାଲେ ପୁଣି ପ୍ରଶାସନ ଏହାର ଉପଯୁକ୍ତ ପ୍ରତିକାର ନ କରନ୍ତି । ତେବେ ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ରୂପ ନେବା ସହିତ ବଡ଼ ଧରଣର ଗଣଧାରଣାର ମଧ୍ୟ ରୂପ ନେବ । ଏବଂ ଏହା ଏକ ଉଚ୍ଚ ସ୍ତର ତଦନ୍ତ କଲେ ଏହା ଏକ ଉଗ୍ର ରୁପ ନେଇ ପାରେ ବୋଲି ଚୋର୍ଚା ଜୋର ଧରିଛି ।
ଶାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀକୁ କେବେ ନ୍ୟାୟ ମିଳିବ ପୁଣି କେବେ ଏମାନଙ୍କର ଠକେଇ ହୋଇଥିବା ଟଙ୍କା ଫେରସ୍ତ ମିଳିବ । ପ୍ରଶାସନକୁ ବିଶ୍ଵାସ ଓ ଭରଷା କରି ଅପେକ୍ଷାରେ ରହିଛନ୍ତି ଏହି ସଂଘର ସଦସ୍ୟାମାନେ।