DIstrictHealthNationNawarangpurOdisha

ବସ୍ ଧକ୍କାରେ ଚାଲିଗଲା ୩ ଛାତ୍ରୀଙ୍କ ଜୀବନ

ର୍ପପିଲି ,ତ।29/6:ହସିଖୁସିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୁବନେଶ୍ୱରରୁ ବାହାରିଥିଲେ ଶ୍ରୀକ୍ଷେତ୍ର ଅଭିମୁଖେ । ହେଲେ ବାଟରେ ତାଙ୍କୁ ଜଗିଥିଲା ଯମ । ପିପିଲି ନିକଟ ତରାକାଳ ନିକଟରେ ବସ୍ ଧକ୍କାରେ ରେ ଯାଇଛି ୩ ଛାତ୍ରୀଙ୍କ ଜୀବନ । ସେମାନେ ହେଉଛନ୍ତି ରିମ୍ ଝିମ୍ ପ୍ରିୟଦର୍ଶିନୀ ସାହୁ (৭০) (৭০) କାଜଲ ଦାସ(୨୦) ସେମାନେ ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଅଟନ୍ତି

ଶନିବାର ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସ୍କୁଟିରେ ବାହାରିଲେ ଏହି ତିନିଜଣ । ପିପିଲି ଓଭରବ୍ରିଜ ବାଇପାସ୍‌ ନିକଟ ତରାକାଜଠାରେ
ସେମାନଙ୍କ ସ୍କୁଟି ଆଉ ଏକ ଗାର୍ଜ୍ ସହ ସାମାନ୍ୟ ଧକ୍କା ଦେଇଥିଲା । ଏହି ୩ଜଣ ପଢ଼ିଯାଇଥିଲେ । ଆଉ ଏହି ସମୟରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଓଏରଟିସି ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ତୁରନ୍ତ ସେମାନଙ୍କୁ ପିପିଲି ଡାକ୍ତରଖାନାକୁ

ନିଆଯାଇଥିଲା ବେଳେ ସେଠାରେ ଢାଲର ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ଲିଙ୍ଗରାଜ ଥାନା ବାରିକ ସାହିର ରିମ୍ ଝିମ୍, କେନ୍ଦ୍ରପଡ଼ା ଜିଲା ରାଜକନିକାର ଇଉଣୀ ଏଲିନା ଏବଂ କାଜଲ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ର ୩ଜଣଙ୍କ ହେଲମେଟ ପିନ୍ଧିଥିଲେ । ଗୋଟିଏ ଗାଡ଼ିକୁ ସାଇଡ୍ ସମୟରେ ଦେବା ଏଆରଟିସି ବସ୍ ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

୪ ଲକ୍ଷ ସହାୟତା ଘୋଷଣା

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଗୋବିନ୍ଦା ତ୍ରିପାଠୀ 84805 56478

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button