EducationNationOdishaPolitics

ଅଖ୍ୟାତ ପଲ୍ଲୀର ପ୍ରଖ୍ୟାତ ନେତା : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର : 28/6 ଅବିଭକ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ର୍ବାଚନମଣ୍ଡଳୀର ଅଖ୍ୟାତ ପଲ୍ଲୀରେ ଜନ୍ମ ନେଇଥିବା ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପେଶାରେ ଜଣେ ଆଇନଜ୍ଞ ହୋଇଥିଲା ବେଳେ ନିଜର ସେବାକାରୀ ମନୋଭାବ ପାଇଁ ୭୦ ହଜାର ୧୦୦ ଲୋକଙ୍କ ମନ ଜିଣି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀନୀ ନବିନା ନାଏକ ଓ କଂଗ୍ରେସ ପ୍ରାର୍ଥୀ ସରୋଜ ଗଣ୍ଡଙ୍କୁ ବହୁ ପଛରେ ପକାଇଥିଲେ । ନିଜର ମହାନତା, ମାନବିକତା ଏବଂ ଅନ୍ୟକୁ ବୁଝିପାରୁଥୁବା ଭଳି ସାଧାରଣ ଲୋକଟିଏ ହୋଇଥିବାରୁ ଶ୍ରୀ ଗଣ୍ଡଙ୍କ ପ୍ରତି ଉମରକୋଟ ନିର୍ବାଚନମଣ୍ଡଳୀର ଅସହାୟ, ଗରିବ, ଦରିଦ୍ର, ନିଃଶ୍, ଅବହେଳିତ ଏବଂ ଦିନ ମଜୁରିଆ ଇତ୍ୟାଦି ତାଙ୍କୁ ବେଶ୍ ଆପଣାଇଛନ୍ତି । ମନ୍ତ୍ରୀ ଭାବରେ ଦାମୀ ଗାଡ଼ିରେ ରାଜଦାଣ୍ଡରେ ଯାଉଥିବା ବେଳେ ଅସହାୟ ଲୋକଟିକୁ ଦେଖୁଲେ ବାଟରେ ଓହ୍ଲାଇ ପଡ଼ନ୍ତି ଓ ତା’ର ଦୁଃଖସୁଖ ପଚାରି ବୁଝନ୍ତି । ଜଣେ ଦରଦି ବନ୍ଧୁ, ଉତ୍ତମ ମଣିଷ ହେବାର ପରିଚୟ ତାଙ୍କର ନିଆରା । ନିର୍ବାଚନମଣ୍ଡଳୀର ଏ ଗାଁରୁ ସେ ଗାଁ, ଏ ପଞ୍ଚାୟତରୁ ସେ ପଞ୍ଚାୟତ ଏବଂ ଅଖ୍ୟାତ ପଲ୍ଲୀ ଭିତରେ ଥିବା ଅଙ୍କାବଙ୍କା ରାସ୍ତା ଦେଇ ଅପହଞ୍ଚ ଇଲାକାରେ ମଧ୍ୟ ନିଜର ସଂପର୍କର ସେତୁବନ୍ଧ ବାନ୍ଧି ପାରିଛନ୍ତି ଶ୍ରୀ ଗଣ୍ଡ । ତାଙ୍କ ହାତରେ ତିନୋଟି ବିଭାଗର ଦାୟିତ୍ଵ । ସମୟ କମ୍, କର୍ତବ୍ୟ ବେଶୀ । ତା’ ଭିତରେ ନିର୍ବାଚନମଣ୍ଡଳୀର ସୁଖଦୁଃଖ, ଭଲମନ୍ଦ ଏବଂ କେଉଁ କେଉଁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥ୍ରୁ ଲୋକେ ନିଜର ସୁବିଧା ହାସଲ କରିପାରିବେ ସେଥିପ୍ରତି ତାଙ୍କର ସ୍ଵତନ୍ତ୍ର ଧ୍ୟାନ ଏଇ ବିଭାଗକୁ ଲୋକଙ୍କ ନିକଟତର କରିପାରିଛି । ଅକ୍ଷମ ସଂପ୍ରଦାୟର ଲୋକମାନେ ନିଜକୁ ଦୁର୍ବଳ ମନେ ନ‌କରି ସକ୍ଷମ ହେବାର ସବୁ ସୁଯୋଗ, ସାହାଯ୍ୟ, ସହାନୁଭୂତି ଇତ୍ୟାଦି ମନ୍ତ୍ରୀ ଶ୍ରୀ ଗଣ୍ଡ ଯୋଗାଇ ଦେଉଥିବାରୁ ମଲ୍ଲିଫୁଲିଆ ହସର ବାସ୍ନା ପଦ୍ମଫୁଲ ଭିତରେ ପଶିଯାଇଛି । ଗେରୁଆ ବସ୍ତ୍ରଧାରୀ, ଖୋଲା ହସ ବ୍ୟକ୍ତିତ୍ବର ମଣିଷ ଶ୍ରୀ ଗଣ୍ଡ ଏବେ ଗଣଶିକ୍ଷା ବିଭାଗର ଭିତିରିଆ ଅସଜଡ଼ା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତତ୍ପର । ଯେଉଁ ରାଜ୍ୟର ଶିକ୍ଷା ଯେତେ ମାତ୍ରାରେ ଉଜ୍ଜ୍ବଳ ସେହି ରାଜ୍ୟରେ ନାଗରିକମାନଙ୍କ ଭବିଷ୍ୟତ ସୁନା ଭଳ ଚକ୍‌କ୍ଚକ୍ କରୁଥିବା ଉଜ୍ଜ୍ବଳ ସଦୃଶ ।

ଶିକ୍ଷାର ବିକାଶ ମାନଦଣ୍ଡ ଇତ୍ୟାଦି ବୃଦ୍ଧି ପାଇଁ ଉମରକୋଟ ଭଳି ଏକ ଘଞ୍ଚ ଇଲାକା ପଲ୍ଲୀରେ ଜନ୍ମ ନେଇଥିବା ଏହି ରାଜନେତା ଆଜି ସମଗ୍ର ରାଜ୍ୟ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି ଓ ବର୍ଷ ପୂର୍ତି ଉତ୍ସବ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା ଜାରି ରଖିଛନ୍ତି ସେଥିରେ ସେ ନିଜକୁ ଖୋଲାଖୋଲି ସାମିଲ୍ ରଖିଛନ୍ତି | ଜନଜାତି ବିକାଶ, ଆବାସିକ ବିଦ୍ୟାଳୟଗୁଡ଼ିକର ଉନ୍ନତି, ସହିଦ ଲକ୍ଷ୍ମଣନାୟକ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଜନଜାତି ଶିଶୁମାନଙ୍କ ଶିକ୍ଷା, ଜ୍ଞାନାତ୍ମକ ବିକାଶ ଯଥା ଆମେ ପଢ଼ିବା ଆମ ଭାଷାରେ ଅଭିଯାନ କାର୍ଯ୍ୟକାରୀ କରାଇ ପ୍ରଗତିର ନୂଆ ଛାପ ଦେଇଛନ୍ତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button