DIstrictEducationHealthNawarangpurOdishaPolitics

ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଫସଲ ବୀମା ଯୋଜନାକୁ ଗୁରୁତ୍ବ

ନବରଙ୍ଗପୁର,ତା 28/6 : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସାଂସଦ ଙ୍ଗ ବଳଭଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ମୁଖ୍ୟତଃ ଜାତୀୟ ସ୍ବାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଜଳ ଜୀବନ ମିଶନ, ଭାରତ ମାଳା ପ୍ରକଳ୍ପ, ଜାତୀୟଖାଦ୍ୟ ସୁରକ୍ଷା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ବିଷୟରେ ଆଲୋଚନା ହୋଇଥିଲା।

ରାଜ୍ୟସଭା ସାଂସଦ ମୁଜି ବୁଲା ଖାଁ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଏସପି ମଡକର ସନ୍ଦୀପ ସମ୍ପତ, ନବରଙ୍ଗପୁର ପୌର ଅଧ୍ୟକ୍ଷ କୁନୁ ନାୟକ, ପୌରପାଳିକା ଉମରକୋଟ ଅଧ୍ଯକ୍ଷା ରାଧା ଭତରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧ୍ ରମେଶ ଚନ୍ଦ୍ର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ବିରଞ୍ଚି ନାରାୟଣ ଦରୱାନ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ସମସ୍ତ ବିଭାଗୀୟ

ଅଧୂକାରୀ ଉପସ୍ଥିତ ଥିଲୋ ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲୋ

୪.୩ ୨୦୨୫ ରେ ଅନୁଷ୍ଠିତ ଦିଶା ବୈଠକ ର ବିଭିନ୍ନ ବିଭାଗର ଉତ୍ତରକୁ ଗୃହରେ ପାଠ କରାଯାଇଥିଲା | ନୂତନ ବ୍ଲଡ ବ୍ୟାଙ୍କ,୩୬ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନ ଓ କାର୍ଯ୍ୟାନ୍ତର,ବାଲ୍ୟ ବିବାହ ପ୍ରତିରୋଧ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସିକିଲ ସେଲ ରୋଗର ନିରାକରଣ, ରାସାୟନିକ ପରିବର୍ତ୍ତେ ଜୈବିକ ସାର ବ୍ୟବହାର, ମିଶ୍ରିତ ଚାଷ, ଅଧିକ

ମୂଭିକା କାର୍ଡ ପାଇଁ ପଦକ୍ଷେପ, ହିର୍ଲି ଠାରେ ବି ଇ ଡି କଲେଜ, ୩ କୋଟି ଅନୁଦାନରେ ପାଠାଗାର ସ୍ଥାପନ, ଶିକ୍ଷକ ବଦଳି,ମେଗା ପାଇପ ଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା, ଦକ୍ଷତା ବିକାଶ ମେଳା ଓ କର୍ମ ସଂସ୍ଥାନ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜର ଉତ୍ତର ରଖୁଥ୍ ପଞ୍ଚାଯତ ସମିତି ଅଧ୍ଯକ୍ଷମାନେ ବିଶେଷ ଭାବେ ନିଜ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ ଓ ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲୋ

ସେଭଳି ଜଳଯୋଗାଣ, ବିହନ ଅଭାବ, ସାର,ଡାକ୍ତର ଅଭାବ, ଆୟୁଷ୍ମାନ କାର୍ଡ ପ୍ରଦାନ ଉପରେ ଅଭିଯୋଗୀ କରିଥିଲୋ ବୈଠକରେ ସାଂସଦ ଶ୍ରୀ ମାଝୀ ଜାତୀୟ ସ୍ବାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଫସଲା ବୀମା ଯୋଜନା, ମୂରିକା ସ୍ବାସ୍ଥ୍ୟ କାର୍ଡ, ଜଳ ଜୀବନ ମିଶନ, ଭାରତ ମାଳା ପ୍ରକଳ୍ପ, ଜାତୀୟ ଖାଦ୍ୟ ସୁରକ୍ଷା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ଜୀବିକା ମିଶନ,ମନରେଗା ଭଳି ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ସମ୍ପର୍କିତ କାର୍ଯ୍ୟ ର ଅଗ୍ରଗତି ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ ପଚାରିଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button