ଗୋଟିଏ ସ୍ଥାନରେ ଦୁଇଟି ସଡକ ଦୁର୍ଘଟଣା ଘଟି 5 ଆହତ

କାଲିମେଳା, 27.6 ମାଲକାନଗିରି ଜିଲ୍ଲା କାଲିମେଳା କୁ ରଥଯାତ୍ରା ଦେଖିବାକୁ ଆସି ଫେରୁଥିବା ସମୟରେ ଜାତୀୟ ରାଜପଥ ର ଗୋଟିଏ ସ୍ଥାନରେ ଦୁଇଥର ମୋଟର ସାଇକେଲ ଦୁର୍ଘଟଣା ଘଟି 5 ଜଣ ଆହତ ହୋଇଥିବା ଜଣାପଡିଛି l ସମସ୍ତ ଆହତ ଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ସୂଚନା ଅନୁଯାଇ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ Mv 58 ଗ୍ରାମର ବିପ୍ରଜିତ ମଣ୍ଡଲ (19) ଏବଂ ଅମିତ ମଣ୍ଡଳ କାଲିମେଳା ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ Mpv 33 ଗ୍ରାମ ନିକଟରେ ଅନ୍ୟ ଏକ ମୋଟର ସାଇକେଲ ଏମପିଭି 48 ଗ୍ରାମର ଦୀପୁନ ବିଶ୍ବାସ ଗାଡି ସହ ଦୁର୍ଘଟଣା ହୋଇଥିଲା ଏଥିରେ ବିପ୍ରଜିତ ମଣ୍ଡଲ ଅଧିକ ଗୁରୁତର ଥିବାରୁ ତାକୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଛି l
ଏହାର କିଛି ସମୟ ପରେ ସେହି ସ୍ଥାନରେ ଗଠନପଲ୍ଲୀ ଗ୍ରାମର ଗଙ୍ଗା ମାଡକାମି ତାଙ୍କ ସ୍ତ୍ରୀ ଭୀମେ ମାଡକାମି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ହୋଇ ରାସ୍ତା କଡରେ ପଡିଥିବା ବେଳେ ଏକ ଅଟୋ ସେମାନଂକୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଆସିଥିଲେ l ସେଠାରେ ଭୀମେ ଗୁରୁତର ଥିବାରୁ ତାଙ୍କୁ ମଧ୍ୟ ମାଲକାନଗିରି ମେଡିକାଲ ପଠାଇ ଦିଆଯାଇଛି l ଏମପିଭି 33 ନିକଟରେ ରାସ୍ତା କାମ ଚାଲୁଥିବା ଯୋଗୁ ଏହି ଦୁର୍ଘଟଣା ହୋଇଛି ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି l ପୋଲିସ ଏହାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ l