DistrictEducationEntertainmentHealthNationNawarangpurOdishaPolitics

‘ଆମ ସଙ୍କଳ୍ପ ନିଶା ନୁହେଁ, ଜୀବନ’ ସଚେତନତା ଅଭିଯାନ ଶେଷ ଦିନରେ ମିନି ମାରାଥନ୍, ଶୋଭାଯାତ୍ରା ଏବଂ ସଚେତନତା ସଭା

ନବରଙ୍ଗପୁର, 27/6: ଗତ ମେ ୩୧ ତାରିଖ ରୁ ଆରମ୍ଭ ହୋଇଥିବା ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷର ମାଦକ ଦ୍ରବ୍ୟ ର ବ୍ୟବହାର ଓ କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଜୁନ ମାସ ଆଜି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା

ସମଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟରେ ଆଜି ସକାଳ ୯.୩୦ ରେ ଏକ ସଚେତନ ପଦଯାତ୍ରା ଏବଂ ଗଣ ସୈଡ ପୋଲିସ ପଡିଆ ଠାରୁ ଆରମ୍ଭ ହୋଇ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଯାଏଁ ବିଭିନ୍ନ ନିଶା ନିବାରଣ ନାରା ଦିଆ ଯାଇଥିଲା । ଏହି ସଚେତନ ଯାତ୍ରା କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ

ଶଙ୍କର ମାଝୀ, ଜିଲ୍ଲାପାଳ ତା ଶୁଭଙ୍କର ମହାପତ୍ର,ଆରକ୍ଷୀ ଅଧିକ୍ଷକ ମଳକର ସନ୍ଦୀପ ସଂପତ୍, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାଇମ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଳିତ ବର୍ମନ୍, ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ, ହିଁ ଅଇ ପି ଅ ର୍ଥ ମନୋଜ କୁମର ବେହେରା, ଡିଏସ ଏସ ଓ ସୁଧାଂଶୁ ପାତ୍ର ଙ୍କ ସହ ପୋଲିସ, ସି ଆ ର୍ପି ଏଫ୍, ଯବନ, ଅଙ୍ଗନ ବ । ହଁ କର୍ମୀ, ସ୍ୱେଛାସେବୀ ସଂସ୍ଥା ର କର୍ମକର୍ଚ୍ଚା, ଜନ ସାଧାରଣ ସଚେତନତା ପଦ ଯାତ୍ର ରେ ସମିଲ ହୋଇଥିଲେ । ଗଣଦୌଡ ପରେ ଶୁଭଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଅବକାରୀ ଅଧିକ୍ଷକ ଙ୍କ ଅଧ୍ୟକ୍ଷତା ରେ

ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ରେ ମୁଖ୍ୟ ବକ୍ତା ରୂପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନବରଙ୍ଗପୁର ଶିଶୁ ପ୍ରକଳ୍ପ ଅଧିକାରୀ ମିନତି ନାୟକ, ବ୍ରହ୍ମ କୁମାରୀ ଇଶ୍ବରିୟ ବିଶ୍ବବିଦ୍ୟାଳୟ ରୁ ଭଉଣୀ ଗୀତାଞ୍ଜଳି, ଆକାଶ ସଂସ୍ଥାରୁ ପ୍ରେମ ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ପୁନଃ ଥଇଥାନ କେନ୍ଦ୍ର ଅଧିକାରୀ ବିଭୂଦତ୍ତ ସେଠୀ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଅବଳାରୀ ଉପ ଅଧିକାରୀ ଦିଲୀପ କୁମାର ରଥ ମଂଚାସିନ ହୋଇ ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ । ନିଶା ଏକ ସାମାଜିକ ବ୍ୟଧି ରୂପରେ ଇନ୍ଦ୍ର ରୂପ ଧାରଣ କରିଛି ଏବଂ ଏହାର ନିରାକରଣ ନିମିତ୍ତ ସଚେତନତା ସ‌ହ ବ୍ୟପକ ଧଇପ ତଡ଼ ଉପରେ ମତ ପ୍ରକାଶ ପାଇଥିଲା ।

ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା ଅବକାରୀ ବିଭାଗ ତରଫରୁ ରକ୍ତ ଦାନ ଶିବିରରେ ରକ୍ତ ଦେଇଥିବା ବ୍ୟକ୍ତି ଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେଲା ସଭାକାର୍ଯ୍ୟ ପରିଚାଇନା କରିଥିଲେ। ଏଥିରେ ଜିଲ୍ଲା ସାମାଜିକ ବିଭାଗ ରୁ ଧନୁର୍ଜୟ ଲୱ, ବୃନ୍ଦାବନ,ମିଥୁନ, ସାନୁ, ପୀତବାସ, ସୁକୁନ୍ତାଳା ସହିତ ଅବକାରୀ ବିଭାଗ ରୁ ସ୍ବର୍ଣଲତା, ବୃନ୍ଦାବନ, ବିଶ୍ଵରାଜ, ସମୀର, ପ୍ରକୃତି ଯୋଗ ଦେଇ ସମସ୍ତ କାର୍ଯ୍ୟ ପରିଜାଳନା କରିଥିଲେ । ଶେଷରେ ନିଶା ନିବାରଣ ଉପରେ ଶପଥ ପାଠ କରା ଯାଇଥିଲା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button