
ନବରଙ୍ଗଗପୁର, 27/6 : ଶିକ୍ଷାଗତ ଯୋଗ୍ୟତା ଜୀବିକା ଗୋପାଳନ ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଛି କିନ୍ତୁ ଏହା ସତା ନବରଙ୍ଗପୁର ସଦର ବ୍ଲକ ଡାରାଗାଁ ଗ୍ରାମର ଇରଫାନ ଖାନ ଶିକ୍ଷାକୁ କିପରି କୃଷି କ୍ଷେତ୍ରରେ ବ୍ୟବହାର କରିଛନ୍ତି ତାହା ପ୍ରମାଣିତ କରିପାରିଛନ୍ତି ଇରଫାନ ସେହି ସମୟର ଏମ୍ ବିଏ ଛାତ୍ର ମାତ୍ର ହାତଗଣତି କେଇ ଜଣ ଏମ୍ବିଏ ଡିଗ୍ରୀ ହାସଲ କରିପାରୁଥିଲେ । ସେ କୌଣସି କମ୍ପାନୀରେ ଚାଳରି କରି ବହୁତ ଟଙ୍କା ଉପାର୍ଜନ କରି ପାରିଥାନ୍ତେ । କିନ୍ତୁ ଆଜି ଗୋପାଳନରୁ
ଏକ ସଫଳ ଚାଷୀର ପରିଚୟ ଦେଇଛନ୍ତି ନିଜେ ରୋଜଗାରକ୍ଷମ ହେବା ସହ ଦଶ ଜଣଙ୍କୁ ନିଜ ଡ଼ାଇରୀ ଫାର୍ମରେ ରୋଜଗାରର ସୁଯୋଗ ଦେଇଛନ୍ତି। ଆଜି ଇରଫାନଙ୍ଗ ଡ଼ାଇରୀ ଫାର୍ମରେ ଷାଠିଏରୁ ଅଧିକ ଗାଈ ଥିବା ବେଳେ ପ୍ରତିଦିନ ୫୦୦
ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରି ବଜାରରେ ବିକ୍ରି କରୁଛନ୍ତି ଇଛା ଥିଲେ ସୁଯୋଗ ଆପେ ଆପେ ଆସେ, ପାଠପଢି କେବଳ ଚାକିରି ପଛରେ ନ ପଡ଼ି ବ୍ୟବସାୟ କରି ନିଜକୁ ସ୍ବାବଲମ୍ବୀ କରିବା ଆବଶ୍ୟକ ରହିଛି ବୋଲି ପରାମର୍ଶ ଦେଇଛନ୍ତି ଇରଫାନ ଖାନା ପାଲଟିଛନ୍ତି ଉଦାହରଣ ଗୋପାଳନ କରି ବାର୍ଷିକ ୧୨ରୁ ୧୪୩କ୍ଷ ଲାହା ପାଉଥିବା ସେ କହିଛନ୍ତି |
ଇରଫାନ୍ ଖାନ୍ ବ୍ରହ୍ମପୁରରେ ପାସ୍ ପରେ ୨୦୦୫ରୁ ଗୋପାଳନ ଓ ମାଛଚାଷ ଆରମ୍ଭକଲେ। ଏଥିରେ କିଛି ଲାହା ଦେଖାଗଲା। ଏହାପରେ ୨୦୧୩ରୁ ଅତ୍ୟାଧୁନିକ ଗୋଶାଳା କରି ଜର୍ସି ଓ ଏଏଫ୍ ଜାତୀୟ ଗାଈ ଓ ମଇଁଷି ପାଳନ କଲେ! ମେସିନ ମାଧ୍ୟମରେ କ୍ଷୀର କାଢ଼ିବା ସହିତ ତାହାକୁ ଶୀତଳ କରିବା ସହ ନବରଙ୍ଗପୁର ଡେଏରି ପ୍ରଡକ୍ଟ ନାମରେ କାଚ ବୋଡଳରେ ପ୍ୟାକେଜିଂ କରି ପାପଡ଼ାହାଣ୍ଡି ଓ ନବରଙ୍ଗପୁର ସ୍ଥାନୀୟ ବଜାର, ବିଭିନ୍ନ ହୋଟେଲକୁ ଲିଟର ପିଛା ୫୪ ଟଙ୍କାରେ କ୍ଷୀର ବିକ୍ରି କରୁଛନ୍ତି ଅନ୍ୟ କମ୍ପାନୀମାନେ କ୍ଷୀରରୁ ଲହୁଣି ଓ ଘିଅ ଆଦି ବାହାର କରି କ୍ଷୀରକୁ ପ୍ୟାକେଟ ବଜାରରେ ବିକ୍ରି ଜରୁଥିବାବେଳେ ଇରଫାନ୍ ଗ।ଈରୁ କ୍ଷୀର ବାହାର କରିବା ପରେ ସିଧାସଳଖ ବଜାରକୁ ଛାଡ଼ନ୍ତି! ତେଣୁ ବଜାରରେ ଏହାର ଚାହିଦା ଅଧିକ ରହିଛି ।