
ଚନ୍ଦାହାଣ୍ଡି,27|6: ଆଣ୍ଠୁଏ ଆବର୍ଜନା ପାଣି ଭିତରେ ରହିଛି ନଳକୂଅ । ଏଭଳି ଦୃଶ୍ୟ ଚନ୍ଦାହାଣ୍ଡି ବ୍ଲକ ଫଟକି ଗ୍ରାମପଞ୍ଚାୟତର ଦେଓବନ୍ଧ କଟାପରାରେ ଦେଖିବାକୁ ମିଳିଛି। ଏହି ନଳକୂଅ ଚାରିପଟେ ଜମି ରହିଛି ଅପରିଷ୍କାର ପାଣି| ଏହି ନଳକୂଅ ଉପରେ କଟାପରା ସାହି ବାସିନ୍ଦା ନିର୍ଭର କରି ପାଣି ନେଉଛନ୍ତି । ତେବେ ପୂତି ଦୁର୍ଗନ୍ଧମୟ ପରିବେଶ ମଧ୍ୟରୁ ଲୋକେ ପିଇବା ପାଣି ନେଉଥିଲେ ମଧ୍ୟ ପ୍ରଶାସନର କୌଣସି ନିଘା ନାହିଁ| ନଳକୂପ ଚାରିପଟେ ଥିବା ଆଣ୍ଠୁଏ ପାଣିରୁ ଦୁର୍ଗନ୍ଧ ବାହାରୁଛି। ପଚା ପାଣି ଜମି ରହିଥିବାରୁ ପୋକ ସାଲୁବାଲୁ ହେଉଛନ୍ତି । ଏହି ପାଣି ପିଇଲେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଯତୀଶ ଚନ୍ଦ୍ର ନାୟକ ଏବଂ ଗ୍ରାମବାସୀ ଦାବି କରିଛନ୍ତି।