EntertainmentNationOdisha

ମାଲକାନଗିରି ପବିତ୍ର ରଥଯାତ୍ରା ପାଇଁ ନୀତି କାନ୍ତି ନିର୍ଦ୍ଧାରିତ

ମାଲକାନଗିରି।ତା:୨୬/୬: ମାଲକାନଗିରି ସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିର
ତରଫରୁ ଆଗାମୀ ୨୭ ତାରିଖ ପବିତ୍ର ରଥ ଯାତ୍ରା ଉପଲକ୍ଷେ ନୀତି କାନ୍ତି ଘୋଷଣା କରାଯାଇଛି।
କାଲି ସକାଳ ୫.୩୦ରେ ଶ୍ରୀ ଜୀଉମାନଙ୍କ ସମୀପରେ କର୍ପୁର ଆଳତୀ ଓ ବେଶ ମଇଲମ,୬.୦୦ ଟାରେ ବାଳ ଭୋଗ,୬.୩୦ରେ ମଙ୍ଗଳ ଆଳତି,୭.୦୦ଟାରେ ବଲ୍ଲଭ ଭୋଗ,୧୨.୦୦ଟାରେ ଅନ୍ନ ଭୋଗ,୨.୩୦ରେ ପହଣ୍ଡି ଆରମ୍ଭ,୩.୦୦ଟା ମାଲକାନଗିରି ଜିଲ୍ଲାପାଳ(ରାଜା ବେଶରେ) ଈଶ୍ୱର ଆଶିଷ ପାଟିଲଙ୍କ ଦ୍ବାରା ରଥରେ ଛେରାପହଁରା,୪.୦୦ଟାରେ ରାଜ ଭୋଗ,୪.୩୦ରେ ଭକ୍ତ ମାନଙ୍କ ଦ୍ବାରା ରଥ ଟଣା କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଅନୁଷ୍ଠିତ ହେବ।
ରାଜପୁରୋହିତ ଭାବେ ବିନାୟକ ସତପଥି, ମୁଖ୍ୟ ପୂଜକ ଭାବେ ସନ୍ତୋଷ ନନ୍ଦ,ସଚିନ ନନ୍ଦ, ସେବାୟତ ଭାବେ ପ୍ରଫୁଲ୍ଲ ପଣ୍ଡା, ବ୍ରଜକିଶୋର ପିତଳ, ବାଲାରାଜୁ ପାଢି, ନିରଞ୍ଜନ ପଣ୍ଡା,ପେଣ୍ଡ୍ରା ପ୍ରସାଦ ପଣ୍ଡା, ଦିବାକର ପାଳ,ସୀମାଞ୍ଚଳ ପଣ୍ଡା ପ୍ରମୋଦ ପଣ୍ଡା,ମୂରଲୀ ରଥ ଓ ସୀମାଞ୍ଚଳ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସେବାୟତମାନେ ସାମିଲ ହେବାର ମନ୍ଦିର କମିଟି ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥ ଯାତ୍ରାକୁ ଶୃଙ୍ଖଳିତ
କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଆୟୋଜନ କରାଯାଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button