
କାଲିମେଳା, 26.6 ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଉପଲକ୍ଷେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ ଅବିଭାବିକା ଏବଂ ଜନସାଧାରଣ ମାନଙ୍କୁ ନେଇ ବିଦ୍ୟୁତ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଓ ମାଲକାନଗିରି ର ଉପ ବିଦ୍ୟୁତ ନିରୀକ୍ଷକ ନିରାକାର ରାଉତ ଙ୍କ ନେତୃତ୍ଵରେ ସହକାରୀ ବିଦ୍ୟୁତ ନିରୀକ୍ଷକ ଅମ୍ରିତ ମହାପାତ୍ର, ଇଲେକ୍ଟ୍ରିସିଆନ ଗ୍ରେଡ 2 ର ସ୍ମୃତି ରଞ୍ଜନ ସାମନ୍ତ ଉପସ୍ଥିତ ରହି ବୈଦ୍ୟୁତିକ କାର୍ଯ୍ୟ କରିବା ସମୟରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର ସହ ବୈଦ୍ୟୁତିକ କାର୍ଯ୍ୟ ତାଲିମପ୍ରାପ୍ତ ଇଲେକ୍ଟ୍ରିସିଆନ୍ଙ୍କ ଦ୍ବାରା କରାଇବାକୁ ପରାମର୍ଶ କରିଥିଲେ ବିଦ୍ୟୁତ୍ ଆଘାତ କିମ୍ବା ତତ୍ ଜନିତ ଅଗ୍ନିକାଣ୍ଡରୁ ସୁରକ୍ଷା ନିମନ୍ତେ ସର୍ବଦା ନିଜ ଘରର କିମ୍ବା ଦୋକାନର ମେନ୍ ସୁଇଚ୍ ରେ ଆର. ସି.ସି.ବି ବ୍ୟବହାର କରିବା ।ବୈଦ୍ୟୁତିକ କାର୍ଯ୍ୟ କରିବା ପୂର୍ବରୁ ଏବଂ ବିଦ୍ୟୁତ୍ ଆଘାତ ପ୍ରାପ୍ତି ପୀଡିତାଙ୍କୁ ଉଦ୍ଧାର କରିବା ବେଳେ, ଶକ୍ତି ଉତ୍ସକୁ ବିଚ୍ଛିନ୍ନ କରନ୍ତୁ । ବିଦ୍ୟୁତ୍ ଆଘାତ ପ୍ରାପ୍ତ ପିଡିତଙ୍କୁ ଉଦ୍ଧାର କରିବା ବେଳେ, ଖାଲି ହାତ ବା ଓଦା ବସ୍ତୁ ଦ୍ବାରା ସ୍ପର୍ଶ ନ କରିବା , ଶୁଖିଲା କାଠବାଡି କିମ୍ବା ବିଦ୍ୟୁତ୍ କୁପରୀବାହି ବସ୍ତୁର ବ୍ୟବହାର କରିବା । ଯଥା ସମ୍ଭବ ବିଦ୍ୟୁତ୍ ତାରରେ କୌଣସି ପ୍ରକାର ଜଏଣ୍ଟ ନ ରଖି ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ କୁପରିବାହୀ ଟେପ୍ ବ୍ୟବହାର କରିବା । ଝଡ, ବର୍ଷା ଓ ତୋଫାନ ପରେ ରାସ୍ତା କଡ, ଜମି, ପଡିଆ କିମ୍ବା ଅନ୍ୟ ସ୍ଥାନରେ ଛିଣ୍ତି ପଡିଥିବା ବିଦ୍ୟୁତ୍ ତାର ନିକଟକୁ ନ ଯାଇ ତୁରନ୍ତ ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଜଣାଇବା । କୌଣସି ସ୍ଥାନରେ ୧୦୦ ରୁ ଅଧିକ ଜନସମାଗମର ସମ୍ଭାବନାଥିଲେ, ଏହାର ବୈଦ୍ୟୁତିକ ଉପକରଣର ସୁରକ୍ଷା ବିଦ୍ୟୁତ୍ ନିରୀକ୍ଷକଙ୍କ ଦ୍ବାରା ଯାଞ୍ଚ କରିବା ସହିତ ଜଣେ ବ୍ୟକ୍ତି କୁ ବିଦ୍ୟୁତ ଆଘାତ ଲାଗିଲେ କିପରି ବ୍ୟବସ୍ତା କରାଇବା ସେ ନେଇ ସମସ୍ତଙ୍କୁ ବୁଝାଇ କହିଥିଲେ l ଆଜିର କାର୍ଯ୍ୟକ୍ରମ ରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଜେନା ସହକାରୀ ଶିକ୍ଷକ ଧ୍ରୁବ ଚରଣ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ l