DIstrictNationNawarangpurOdishaPolitics

ରାଇଘର ବିଜେପି ଦ୍ବାରା ’ସଂବିଧାନ ହତ୍ୟା ଦିବସ’ ପାଳନ

ରାଇଘର,:26/7 ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତ୍ତିରେ ବିରୋଧ ପ୍ରଦର୍ଶନକରି ରାଇଘର ବିଜେପି ଦ୍ବାରା ‘ସଂବିଧାନ ହତ୍ୟା ଦିବସ’ ପାଳନ ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତ୍ତିରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନୂତନ ବସଷ୍ଟାଣ୍ଡ ଠାରେ ‘ସଂବିଧାନ ହତ୍ୟା ଦିବସ’ ବା ‘କଳା ଦିବସ’ ପାଳନ କରାଯାଇଛି। ଏହି ଦିନଟି ଭାରତରେ ୧୯୭୫ ମସିହା ଜୁନ ୨୫ ତାରିଖରେ ଘୋଷିତ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରାଏ, ଯାହାକୁ ବିଜେପି ଏକ କଳା ଅଧ୍ୟାୟ ଭାବରେ ବିବେଚନା କରେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ନବରଙ୍ଗପୁର ସାଂସଦ ବଳ ଭଦ୍ର ମାଝୀ ଯୋଗ ଦେଇଥିଲେ, ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ଙ୍କ ପ୍ରତିନିଧୂ ଶିବନାଥ ବାନାର୍ଜୀ, ସାଂସଦ ଙ୍କ ପ୍ରତିନିଧୁ ପ୍ରୀତିସ୍ନିଗ୍ନା ମହାପାତ୍ର, ଉମରକୋଟ ବ୍ଲକ ସାଂସଦ ଙ୍କ ପ୍ରତିନିଧୂ ରାମ ନାୟକ, ବିଶୁ ସିଲ, ଶିବ ଗଣ୍ଡ, ମାୟାରାମ ଗଣ୍ଡ, ବସନ୍ତି ଡଙ୍ଗରି ଙ୍କ ସମେତ ବରିଷ୍ଠ କର୍ମୀ ସରୋଜ ଜେନା, ସନ୍ତୋଷ ମହାପାତ୍ର, ରାଇଘର ମଣ୍ଡଳ ସଭାପତି ଟୁକୁନି ସାମନ୍ତରାୟ, ଗୋନା ମଣ୍ଡଳ ସଭାପତି ଜଗନ୍ନାଥ ନାୟକ, ହାଟଭରଣ୍ଡି ମଣ୍ଡଳ ସଭାପତି ମୋହନ ଗଣ୍ଡ ଉପସ୍ଥିତ ଥିଲେ।ଏହି

ଅବସରରେ ନେତାମାନେ ଜରୁରୀକାଳୀନ ସମୟକୁ ଭାରତୀୟ ଗଣତନ୍ତୁ ଉପରେ ଏକ ଆକ୍ରମଣ ଭାବରେ ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ, ଏହି ସମୟରେ ନାଗରିକଙ୍କ ମୌଳିକ ଅଧିକାର ପ୍ରଗିତ ରଖାଯାଇଥିଲା ଏବଂ ଗଣତନ୍ତୁର ମୂଳ ଆଧାର ଉପରେ ଆଘାତ କରାଯାଇଥିଲା। ମନ୍ତ୍ରୀ ଙ୍କ ପ୍ରତିନିଧୁ ଶିବ ନାଥ ବାନାର୍ଜୀ କହିଥୁଲେ “ଜରୁରୀକାଳୀନ ସମୟ ଭାରତୀୟ ଗଣତନ୍ତ୍ରର ଆତ୍ମା ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ଆମେ ଏହି ଅନ୍ୟାୟ ବିରୁଦ୍ଧରେ ଲଢିଥିବା ସେହି ସବୁ ବ୍ୟକ୍ତିଙ୍କ ତ୍ୟାଗକୁ କଦାପି ଭୁଲିବା ଉଚିତ ନୁହେ।” ଅନ୍ୟ ନେତାମାନେ ମଧ୍ୟ ସମାନ ଭାବନା ପ୍ରକାଶ କରି ସଂବିଧାନରେ ନିହିତ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବକ୍ରବ୍ୟ ରଖାଯାଇଥିଲା ଏବଂ ଜରୁରୀକାଳୀନ ସମୟର ଐତିହାସିକ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା, ଶେଷରେ ଅତିଥିଙ୍କ ଦ୍ବାରା ମା ପାଇଁ ଗଛ ଟିଏ ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଥିଲା

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button