BusinessDIstrictEducationEntertainmentNationOdisha

ପେସା ଡାକ୍ତର, ନିଶା ଅଭିନୟ

ଡା.ଆଶୁତୋଷଙ୍କ ପାଇଁ ସଫଳ ହୋଇଛି ‘ଅନନ୍ତା’: ସବ୍ୟସାଚୀ

ମୈଦଲପୁର,୨୬/6: ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’ରେ ପାର୍ଶ୍ବ କଳାକାର ଭାବେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଛତି ମୈଦଲପୁର ପ୍ରାଥମିକ ସ୍ନାନ୍ମ ଡାକ୍ତର ଆଶୁତୋଷ ମିଶ୍ର। ଆଶୁତୋଷ ପେସାରେ ଡକ୍ଟର କିନ୍ତୁ ଅଭିନୟ ସହ ନିର୍ଦ୍ଦେଶନା କିନ୍ତୁ ନିଶା ହେଉଛି ଅଭି ନବା। ଅନନ୍ତାରେ ତାଙ୍କ ଅଭି ନୟକୁ ମୁଖ୍ୟ କଳାକାର ସବ୍ୟସାଚୀ ପ୍ରଶଂସା କରିଛନ୍ତି । ଏକ ସାକ୍ଷାତକାରରେ ସେ ଡାକ୍ତର ଆଶୁତୋଷଙ୍କ ପାଇଁ ଚଳଚ୍ଚିତ୍ର ସଫଳ ହୋଇଥିବା କ‌ହିଛନ୍ତି।

ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ଛାୟାରେ ନିର୍ମିତ ଏହି ଚଳଚ୍ଚିତ୍ରର ମୁଖ୍ୟ କଳାକାର ହେଉଛନ୍ତି ସବ୍ୟସାଚୀ । ଏକ ସିନରେ ସବ୍ୟସାଚୀଙ୍କୁ ଉଈହୁଙ୍କା ଭିତରକୁ ହାତ ପୁରାଇବାକୁ ଥିଲା। ଉଈହୁଙ୍କାରେ କିପରି ହାତ ପୂରାଇବେ । ସେ ଏଥିପାଇଁ ସାମାନ୍ୟ ଭୟ କରିଥିଲେ। ଏହି ସିନ୍ ପାଇଁ ଖୋଜା ପଡ଼ିଥିଲା ଜଣେ ଡାକ୍ତରଙ୍କୁ। ଚଳଚ୍ଚିତ୍ରରେ ପାର୍ଶ୍ଵ କଳାକାର ଭୂମିକାରେ ଅଭିନୟ କରୁଥିବା ଆଶୁତୋଷ ଜଣେ ଡାକ୍ତର ବୋଲି । ଜଣାପଡ଼ିବ ପରେ ସବ୍ୟସାଚୀ ତାଙ୍କୁ ଡାକିଥିଲେ । ଡାକ୍ତର ତାଙ୍କୁ ସାହସ ଦେବା ପାଇଁ ନିଜେ ଉଈହୁଙ୍କା ଭିତରକୁ ହାତ ପୂରାଇଥିଲେ। । ଏହା ପରେ ସବ୍ୟସାଚୀ ନିଜେ ହାତ ପୂରାଇ ସିନକୁ ସମ୍ପୂର୍ଣ କରିଥିଲେ । ଆଶୁତୋଷଙ୍କ ଯୋଗୁ ସେ ସାହସର ସହ ଏଭଳି ପ୍ରଦର୍ଶନ କରିଥିବାରୁ ଚଳଚ୍ଚିତ୍ର ସଫଳ ହୋଇଥିବା କହିଛନ୍ତି। । ପ୍ରକାଶଥାଉକି

ଡାକ୍ତର ଆଶୁତୋଷଙ୍କ ଘର ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ବଡ଼ବାହାର । । ଗାଁରେ । ପିଲାଟି ଦିନରୁ ଅଭିନୟ କରିବାରେ ତାଙ୍କ ରୁଚି ରହିଥିଲା। ଗାଁର ରାମ ଲୀଳାରେ କଳାକାର ଜୀବନ ଆରମ୍ଭକରିଥିଲେ । ପଞ୍ଚମଶ୍ରେଣୀରେ ପଢ଼ୁଥିବା ବେଳେ କୋଶଲି ନାଟକ ‘ବିର୍ସା ମୁଣ୍ଡା’ରେ ତାଙ୍କ ପ୍ରତିଭା ପ୍ରତିପାଦନ କରିଥିଲେ । ସେବେ ଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ପାଠ ପଢିବା ସମୟରେ ମଧ୍ୟ ସେ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର ‘ଉପକାର’,

ଛେରଛେରା, ଲଭ ଏଗଳାମ୍, ହୁଇଲି, ଭାବର ତିହାର ଦିଆଲି, ଜୁହାର, ପିଞ୍ଜରା, ତୋର, କାହିଁ ତୁଇ ଲୁକି ଗଲୁ, ଜବାବ୍, ଗୌଡିଆ ଘରର ପୁଷପୁନି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ତାଙ୍କ କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି । ଏଥିସହ ସେ ଚଳଚ୍ଚିତ୍ର ଏବଂ କାମ ମଧ୍ୟ କରୁଛନ୍ତି । ବର୍ତମାନ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯେଗାଉଥିବା ବେଳେ ଆଗକୁ ସେବା ଓ ଅଭିନୟ ଉଭୟ ଜାରି ରହିବ ବୋଲି ଆଶୁତୋଷ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button