DistrictKoraputNationOdishaPolitics

ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା କୁ ନେଇ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ର ଆନ୍ଦୋଳନ

ଜୟପୁର, 26/ ୦6);ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯାତନା ବିରୋଧରେ ଆଜି ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯାଉଛି। ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହାତରେ ଫ୍ଲାଗ କାର୍ଡ ଧରି ବିଶ୍ଵବିଦ୍ୟାଳୟ ସାମ୍ନା ଜୟପୁର ନବର ରଙ୍ଗପୁର ମୁଖ୍ୟ ରାସ୍ତା ଉପରେ ପ୍ରତିବାଦ କରିଥିଲେ। ଛାତ୍ର ଛାତ୍ରୀ ଙ୍କ କହିବା କଥା ଓଡିଶା ରେ ନାରୀ ମାନେ ସୁରକ୍ଷିତ ନୁହନ୍ତି। ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଯାହା ସାରା ଦେଶ ପାଇଁ ଏକ ଲଜ୍ୟାର ବିଷୟ ପାଲଟିଛି। ଓଡିଶା ସରକାର ଆଇନ ଶୃଙ୍ଖଳା ଯୋଗାଇ ଦେବାରେ ଫେଲ ମାରିଛି। ଓଡିଶା ରେ ନାରୀ ସୁରକ୍ଷିତ ନୁହନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଆମେରିକା ବାସୀଙ୍କୁ ଓଡିଶା ନ ଆସିବା ପାଇଁ ବାରଣ କରିଛନ୍ତି।ଯାହା ବିଶ୍ୱ ପାଇଁ ଏକ ଲଜ୍ୟାର ବିଷୟ। ବିଜେପି ର ଡବଲ ଇଞ୍ଜିନ ସରକାର ନାରୀ ମାନଙ୍କୁ ସୁରକ୍ଷା ଦେବା ରେ ଫେଲ ମାରିଛି। ବିଜେପି ସରକାର ହାଏ ହାଏ ବୋଲି ନାରା ଦେଇଥିଲେ। ଏ ?ହି କାର୍ଯ୍ୟକ୍ରମରେ ଯୁବ ନେତାମାନେ ତାପସ ପଣ୍ଡା, ସୁବ୍ରତ ବାଘ, ଶିବା କଣ୍ଡପଣି, ଆଶିଷ ପଣ୍ଡା, ଚାନ୍ଦୁ, ବାପି ପଣ୍ଡା, ରାଜା ପାଢ଼ୀ, ମଧୁ ରିଡୀ, ଚିକୁନ୍ ପଣ୍ଡା. ନରି, ବିରେନ୍ଦ୍ର ସାଗର, ଅର୍ଜୁଲୁ ଶ୍ରୀନିବାସ, ହର ମିଶ୍ର, ବାଲା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button