
ଭଞ୍ଜନଗର,୨୫/୬ : ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏହି ମାସ ୩୦ ତାରିଖରେ ଚାକିରୀରୁ ଅବସର ନେବେ। ଶ୍ରୀ ଶତପଥୀ ଚାକିରୀରୁ ଅବସର ନେବାର ୫ ଦିନ ପୂର୍ବରୁ ବୁଧବାର ଭଞ୍ଜନଗର ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ସୁମନ ଘୋଷ, ଆସିଷ୍ଟାଣ୍ଟ କଲେକ୍ଟର ରାମଚନ୍ଦ୍ର ମହାପାତ୍ର, ତହସିଲଦାର ଅଭିସ୍ପା ପଟ୍ଟନାୟକ, ବିଡ଼ିଓ ଭାରତୀ ଦେବୀ , ଏ ବି ଡି ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଅତିରିକ୍ତ ତହସିଲଦାର ଅବିନାଶ ମହାର ଓ ପ୍ରେସ କ୍ଲବ ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରେସ କ୍ଲବ ସଭାପତି ଲୋକନାଥ କରଙ୍କ ସଭାପତିତ୍ବରେ ସଂଘର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର, ବିଶ୍ବମ୍ବର ଜେନା, ସୁଶାନ୍ତ କୁମାର ସାହୁ, ନେତାଜୀ ବିଷୋୟୀ ଓ ବାବୁଲା ପ୍ରଧାନ ପ୍ରମୁଖ ବିଦାୟୀ ଏସ୍ଡିପିଆର୍ଓ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଗଣ ଯୋଗାଯୋଗ କ୍ଷେତ୍ରରେ ଏସ୍ଡିପିଆର୍ଓ ଙ୍କ ଭୂମିକା ଏବଂ କାଯ୍ୟଦକ୍ଷତାକୁ ପ୍ରଶଂସା କରି ମତାମତ ରଖିବା ସହ ତାଙ୍କ ଜୀବନର ଅବଶିଷ୍ଟ ସମୟ ମଙ୍ଗଳରେ ଅତିବାହିତ ହେଉ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରେସ କ୍ଲବ ତରଫରୁ ଶ୍ରୀ ଶତପଥିଙ୍କୁ ପ୍ରଶଂସା ପତ୍ର,ଉପଢୌକନ, ପିତଳ ମାଛ,ଶ୍ରୀମଦ୍ ଭଗବତ୍ ଓ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା।

ସଭାରେ ବିଭାଗୀୟ ଗ୍ରନ୍ଥାକାରୀକ ପ୍ରଦୀପ କୁମାର ପାତ୍ରଙ୍କ ସମେତ ବିରେନ୍ଦ୍ର ସ୍ବାଇଁ, ଭବାନୀ ପାଳ, ରଞ୍ଜନ ସ୍ବାଇଁ, ଅରକ୍ଷିତ ପରିଛା, ନିଲୁ ବିଷୋୟୀ, ନଚିକେତା ପ୍ରଧାନ, ମନୋଜ କର, ଶିବ ଦାସ , ରତ୍ନାକର ସାହୁ, ସୁଜିତ୍ ବିଷୋୟୀ, ସୌମ୍ୟଜିତ୍ ପ୍ରଧାନ,ସନ୍ତୋଷ କୁମାର ଜେନା,ଗୋବିନ୍ଦ ଚନ୍ଦ୍ର ଗୌଡ଼,ମନୋଜ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।