EducationEntertainmentNationOdishaPolitics

ଦୁଇଦିନ ପରେ ଘୋଷଯାତ୍ରା ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ପୁରୀ, ୨୪/୬ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଗାମୀ ୨୭ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ପୁରୀରେ ପ୍ରଶାସନ ଓ ସରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚୁଛି । ଆଉ ଦୁଇ ଦିନ ପରେ ମହାପ୍ରଭୁ, ବଡଭାଇ ଓ ଅଲି ଅଳି ଭଉଣୀଙ୍କୁ ଧରି ଜନ୍ମ ବେଦୀ ଅଭି ମୁଖେ ଯାତ୍ରା ଆରମ୍ଭ କରିବେ । ସେଥ‌ିପାଇଁ ଚଳଚଞ୍ଚଳ ହୋଇପଡିଛି ରଥଖଳା । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ସେବାୟତ ସୁଆର ମହାସୁଆର ଦିନରାତି ଲାଗି ପଡିଛନ୍ତି ରଥନିର୍ମାଣ କାର୍ଯ୍ୟରେ । ତିନିରଥର ପାର୍ଶ୍ଵ ୪ ବେଢ଼ା ରଥ ଉପରକୁ ଉଠିବା ସହ ଚନ୍ଦ୍ର ଶାଳୀରେ ଧୂଜ ବତା ଲାଗି ହୋଇ ତିନିରଥର ମୁଣ୍ଡଣି ବତା ଫିଟିଙ୍ଗ ଶେଷ ହୋଇ ସାରିଛି । ରୂପକାର ସେବକ ମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାର ସେବକ ମାନଙ୍କୁ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି । ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି । ପ୍ରାଇମର ଶୁଖୁଲା ପରେ ପ୍ରଭାରେ ରଙ୍ଗ ଚିତ୍ର ଆଙ୍କିବେ । ଏଥିସହ ଚିତ୍ରକାର ସେବକ ମାନେ ତିନି ରଥର ସିଂହାସନ ବେଦୀ ତିନି

ପାର୍ଶ୍ଵରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କ ରି ଛନ୍ତି । ଏଥି ସହ ନନ୍ଦିଘୋଷ ରଥର ଚକ, ଦଣ୍ଡା, ଗୁଜ, ବାହ୍ୟ ଅଂଶ ଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି । ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ଦରଜୀ ସେବକ ମାନେ ତିନି ରଥର ୧୨ଟି ଚନ୍ଦ୍ର ଶାଳୀ, ୧୨ଟି

ଅଁଳା ଶ୍ରୀ କନା କାର୍ଯ୍ୟ ଶେଷ ହେବା ସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରି କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥ ପୋଷାକ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥ କଳସ କଣ୍ଟା, ଶୁଆ କଣ୍ଟା ଯୋଗାଇ ସାରିବା ପରେ ତିନିରଥର ୪ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button