DistrictNationNawarangpurOdishaPolitics

ଯାତାୟାତରେ ଯନ୍ତ୍ରଣା ଦେଉଛି କାଦୁଅ ପାଣି, ପଚପଚ ମାଟି ରାସ୍ତା

ଝରିଗାଁ, 24/6 : ଅଦିନିଆ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ । ପ୍ରାୟ ଏକ କିମି ରୁ ଉର୍ଦ୍ଧ୍ବ ହେବ ରାସ୍ତା ସାରା ଛୋଟ ବଡ ଖାଲ । ସେଥିରେ ଜମା ହୋଇ ରହୁଛି ବର୍ଷା ପାଣି । କାଦୁଅ ମାଟି ରାସ୍ତା । ପାଦରେ ଚାଲୁ ଚାଲୁ ଗୋଡ଼ ଖସୁଛି । ଯାନବାହାନ ଓ ଆମ୍ବୁଲାନ୍ସ ଯାତାୟାତ ରେ ସମସ୍ୟା ଦେଖା ଯାଉଛି। ସାଇକେଲ ମୋଟର ସାଇକେଲ ଅଟୋ ଆଦି ରାତ୍ରୀରେ ଯାତାୟାତ କରୁଥିବା ବେଳେ ଖସି ପଡ଼ୁଥିବା ବେଳେ ଗୁରୁତର ରୋଗୀ ଗର୍ଭବତୀ ମହିଳା, ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ଅସୁବିଧା ହେଉଥିବା ଗ୍ରାମବାସୀ କହୁଛନ୍ତି। ବର୍ଷା ଋତୁ ଜାରି ରହିଥିବା ବେଳେ ପାଞ୍ଚ ଖଣ୍ଡ ଗାଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଦୁର୍ଗତି ଲାଗି ଲୋକଙ୍କ ଗମନାଗମନରେ ସମସ୍ୟା ହେଉଛି। ଏପରି ଚିତ୍ର ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚିତାବେଡା ପଂଚାୟତ ର ସଣ୍ଡଶା ଗ୍ରାମରେ । ୮ ନଂ ୱାର୍ଡ ଏବଂ ୯ ନଂ ୱାର୍ଡ ବାସିନ୍ଦାଙ୍କ ଦୈନଦିନ ଯିବା ଆସିବା ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଛି । ବନ୍ଧ ସାହି ଠାରୁ ଆରମ୍ଭ କରି ପ୍ରାୟ ଏକ କିମି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଯାତାୟତରେ


ଯମଯନ୍ତ୍ରଣା ଭୋଗୁଥିବା କହିଛନ୍ତି ଗ୍ରାମବାସୀ। ଏହି ରାସ୍ତା ଦେଇ ହାଟପଦା କୁ ଆସିବାକୁ ପଡ଼ୁଛି ଏବଂ ଏହି ରାସ୍ତା ଦେଇ ଭେଲୁଆ ଗୁଡ଼ା, ଡେବେରା ଗୁଡ଼ା, ପିପଲ୍ ଗୁଡ଼ା, ଜାମ ଢ଼ ଡା, ପୁଜାରି ଗୁଡ଼ା ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ୮ ନଂ ଏବଂ ୯ ନଂ ୱାର୍ଡ ବାସିନ୍ଦା ଙ୍କ ଯାତାୟାତ ଏହି ରାସ୍ତାରେ କରିବାକୁ ପଡ଼ୁଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ଏବଂ ଆଗାମୀ ଦିନରେ ଏହି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମଧ୍ୟରେ ଯୁକ୍ ସାଏ ଭତରା, ଇନ୍ଦ୍ର ଭତରା, ପୂର୍ଣ ଭତରା, ନୈରୁ ମାଝୀ, ସନ୍ୟାସୀ ଭତରା, ଗଙ୍ଗାଧର ମାଝୀ, ଦୁରୁ ସାଏ ଭତରା, ନୀଳାମ୍ବର ମାଝୀ,

ଭତରା, ରାମ ପର୍ଶୁରାମ ଭତରା, ରୁକଧର ମାଝୀ, ଲାଇବାନ ଭତରା, ପ୍ରମୁଖ ଦାବି କରିଛନ୍ତି। କାଦୁଆ ମାଟି ରାସ୍ତା ସ୍ଥାନରେ ମେଟାଲ ମୁରୁମ୍ ପକାଇ ମରାମତି କରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି । ଦୀର୍ଘ ଦିନରୁ ଏହି ରାସ୍ତା ପକ୍କା ରାସ୍ତା କରିବାକୁ ଦାବି କରି ଆସୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବର୍ତମାନ ପରିପ୍ରେକ୍ଷୀରେ ପକ୍କା ରାସ୍ତା ନିର୍ମାଣ କରି ବା କଷ୍ଟ ସାଧ୍ୟ। ତେଣୁ ମେଟାଲ ମୂରୁମ୍ ପକାଇ ମରାମତି କଲେ ବର୍ଷା ଦିନ ଯାତାୟାତ ସୁଗମ ହେବ ବୋଲି ମରାମତି କରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button