
କୋଷାଗୁମୁଡା 22/6 : ବର୍ଷେ ନୁହେଁ କି ଦୁଇବର୍ଷ ନୁହଁ, ବର୍ଷ ବର୍ଷ ଧରି କାଠ ପୋଲ ଉପରେ ନିର୍ଭର କରି ଆସୁଛନ୍ତି ୧୫ଖଣ୍ଡ ଗ୍ରାମର ଗ୍ରାମବାସୀ । ଗୁରୁତର ରୋଗୀ, ଗର୍ଭବତୀ, ପ୍ରସୂତି ମା’, ଛୋଟ ଛୋଟ ପିଲା ଏବଂ ଅଞ୍ଚଳର ଦାଦନ ଶ୍ରମିକ ମାନଙ୍କ ପାଇଁ ଏହି କାଠ ପୋଲ ହିଁ ପାଲଟିଛି ଏକ ମାତ୍ର ବିକଳ୍ପ । ତେବେ ଏହି କାଠ ପୋଇ ଦେଇ ଲୋକମାନେ ଯେଭଳି ଯା’ଆସ କରୁଛନ୍ତି, କୌଣସି ସମୟରେ ଦୁର୍ଘଟଣା ଘଟିବା ଆଶଙ୍କା ପ୍ରକାଶ ପାଇଛି।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଉକିଆପାଲି ପଞ୍ଚାୟତ ଅଧୀନରେ ଥିବା ଘାଟବସିଲି ଗ୍ରାମଟି ଭାସ୍କେଲ ନଦୀ ମୁହାଣରେ ଅବସ୍ଥିତ | ପ୍ରତିବର୍ଷ ଏହି ଗ୍ରାମର ଗ୍ରାମବାସୀ
ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ନିଜସ୍ବ ଖର୍ଚ୍ଚ ଓ ଶ୍ରମଦାନରେ ନିର୍ମାଣ କରନ୍ତି କାଠପୋଲ । ଘାଟ ବସିଲି ଗ୍ରାମର ଗ୍ରାମବାସୀ ଓ ଅପାଖ ୧୫ଖଣ୍ଡ ଗ୍ରାମର ଜନସାଧାରଣ ବିପଦସଂକୁଳ ଅବସ୍ଥାରେ ଏହି ପୋଲ ଉପରେ ଯାତାୟାତ
ସ୍ଥାୟୀ ପୋଲ କେବେ?
କରନ୍ତି | ଅଞ୍ଚଳବାସୀଙ୍କ କହିବା ପ୍ରକାରେ ପଡୋଶୀଙ୍କ ଜିଲ୍ଲାର ନଗରପାଳ ସହର ଘାଟବାସିଲି ଗ୍ରାମଠାରୁ ମାତ୍ର ୧ କିଲୋମିଟର ଦୂରା ନଗରନାରରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହେବା ପରେ ଏହି ଅଞ୍ଚଳର ଶତାଧୂକ ଶ୍ରମିକ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହାଛଡା
ନଗରଳାରରେ ଡାକ୍ତରଖାନା ମଧ୍ୟ ରହିଥିବାରୁ ଏହି ଅଞ୍ଚଳର ଜନସାଧାରଣ ନଗରନାର ଡାକ୍ତରଖାନା ଉପରେ ନିର୍ଭର କରି ଆସୁଛନ୍ତି। କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏହି
ଅଞ୍ଚଳଠାରୁ ୨୨ କିଲୋମିଟର ଦୂର ପଡୁଥିବା ବେଳେ ନଗରନାରର ଡାକ୍ତରଖାନା ମାତ୍ର ୧କିଲୋମିଟର ତେଣୁ ଏ ଅଞ୍ଚଳର ଜନସାଧାରଣ ବିଶେଷ କରି ନଗରନାର
ସହର ଉପରେ ନିର୍ଭର କରୁଛନ୍ତି । ବର୍ଷାଦିନ ମାନଙ୍କରେ ଏହି ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି । ବର୍ଷା ଦିନରେ କାଠପୋଲ ପାଣି ସୁଅରେ ଭାସି ଯାଉଥିବାରୁ ୧୫ କିଲୋମିଟର ବାଟ ବୁଲିକି ଯିବାକୁ ପଡିଥାଏ । ଏହି ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ବାରମ୍ବାର ପ୍ରଶାସନକୁ ଗୁହାରୀ କରି ଆସୁଥ୍ରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ନଦୀରେ ପୋଲ ନିର୍ମାଣ ହେଲେ ଆଞ୍ଚଳର ଜନସାଧାରଣା ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଥିବା ବେଳେ ଅଞ୍ଚଳବାସୀ ତୁରନ୍ତ ପୋଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି।