BusinessEducationMalkangiriOdisha

ଗାଁ ରାସ୍ତା କାମ ହେଉନି ଭାରତମାଳା କ୍ୟାମ୍ପ୍ ଘେରଉ କଲେ ଗ୍ରାମବାସୀ

କୋଷାଗୁମୁଡା,22।6: ସୂଚନା ପ୍ରକାରେ ବହୁ ଦିନରୁ ୫ଖଣ୍ଡ ଗ୍ରାମବାସୀଙ୍କୁ ଗ୍ରାମ୍ୟ ରାସ୍ତା ନିର୍ମାଣ କରିଦେବି କହି ଠକି ଚାଲିଥିଲା ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା | ଆଜି ସମୂହ ୫ ଖଣ୍ଡ ଗାଁ ତଥା ଡଙ୍ଗରା, ଭଣ୍ଡାରୀ ଗୁଡା, କୁମାରଗୁଡା, ନୂଆଗୁଡା, ଦୋକ୍ରି ଭଟା ଗ୍ରାମର ଶତାଧିକ ମହିଳା, ପୁରୁଷ ଏକତ୍ରୀତ ହୋଇ ଡ଼ଙ୍ଗରା ନିକଟରେ ଥିବା “ଭାରତ ମାଳା କ୍ୟାମ୍ପକୁ ଘେରାଉ କରିବା ସହ ମୁଖ୍ୟ ଫାଟକ ନିକଟରେ ପାଟିତୁଣ୍ଡ କରିବା ସହ ତାଲା ମାରି ମୁଖ୍ୟ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ I ଏହି ବିରୋଧ

ନିଜ ଗ୍ରାମର ସଡ଼କ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ୫ଖଣ୍ଡ ଗ୍ରାମବାସୀଙ୍କୁ ଭୁଆଁ ବୁଲାଉଛି ଠିକା ସଂସ୍ଥା। ତେଣୁ ଭାରତମାଳା ଏନଏଚକୁ କାମ କରୁଥିବା ସଂସ୍କାର କ୍ୟାମ୍ପ ଘେରାଉ କରିଛନ୍ତି ୫ଖଣ୍ଡ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ପଞ୍ଚାୟତର ଭାରତମାଳା କ୍ୟାମ୍ପ ଠାରେ | ପ୍ରାୟ ୨ଘଣ୍ଟା କାଳ ବିରୋଧ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ ।
ପ୍ରଦର୍ଶନକୁ ଦେଖ୍ ଭାରତ ମାଳା କମ୍ପାନୀର କର୍ମଚାରୀ କୋଡ଼ିଙ୍ଗା ଥାନାକୁ ଖବର ଦେଇଥିଲେ | କୋଡ଼ିଙ୍ଗା ଥାନାଧିକାରୀ ଯୁଗଳ ଶବରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବା ସହ

ଆନ୍ଦୋଳନରୁ ନିବୃତ୍ତ କରିଥିଲେ I ଗ୍ରାମବାସୀ ଆନ୍ଦୋଳନରୁ ଓହରି ଏକ ଦଳ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ଯାଇଥିଲେ | ଏପଟେ ୫ଖଣ୍ଡ ଗ୍ରାମବାସୀଙ୍କ ଅଭିଯୋଗକୁ କମ୍ପାନୀ ବହୁ ଦିନରୁ ଭୁଆଁ ବୁଲାଇବା ସ‌ହ ନିତ୍ୟ ଯିବାଆସିବା ରାସ୍ତାକୁ କାହିଁକି ନିର୍ମାଣ ନ କରି ବର୍ଷା ମାସ ପର୍ଯ୍ୟନ୍ତ ରଖୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହି ସପ୍ତାହ ମଧ୍ୟରେ ସଡ଼କ ନ ତିଆରି କଲେ, ଭାରତମାଳା ସଡ଼କକୁ ଅବରୋଧ କରି ଆନ୍ଦୋଳନ ତୀବ୍ରତର କରିବେ ବୋଲି ଆନ୍ଦୋଳନକାରୀ ଲଖନ ଗୌଡ଼, କୁନ୍ତୀ ଭତ୍ରା, ଦୁମର ଭତ୍ରା, ସୁକ୍ଳ ଭତ୍ରା, ବୈଦୁ ଭତ୍ରା, ପଦମ ଭତ୍ରା, ରାମରାଜ ଭତ୍ରା, ଗବର୍ଧନ ଭତ୍ରା, ହରିଶ୍ଚନ୍ଦ୍ର ଭତ୍ରା, ବନ୍ଧୁ ଭତ୍ରା, ରାମକୃଷ୍ଣ ଇତ୍ରା, ଅନାଦି ଭତ୍ରା, ପୁନାଇ ଭତ୍ରା, ରୁକ୍ମଣୀ ଭତ୍ରା, କମଳା ଭଦ୍ରା, ସୁନାମଣି ଭତ୍ରା, ତିଳତମା ଭତ୍ରା ଓ କଣ୍ଠ ଭତ୍ରା ପ୍ରମୁଖ କହିଛନ୍ତି ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button