HealthOdishaPolitics

୪୧୦ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ କୋଠା

ନବରଙ୍ଗପୁର, ୨୧/୬: ପିଲାଙ୍କୁ ପ୍ରାକ୍ ସ୍କୁଲ ଶୈକ୍ଷିକ ବାତାବରଣ ଦେବାକୁ ସରକାର ଅଙ୍ଗନୱାଡି କେନ୍ଦ୍ର ସବୁ ପ୍ରତିଷ୍ଠା କରୁଛନ୍ତି । ଏଠାରେ ପିଲାଙ୍କୁ ଅକ୍ଷର, ସଂଖ୍ୟା ଚିହ୍ନିବା, ଶବ୍ଦ ଗଢ଼ିବା ଭଳି ଶିକ୍ଷା ଦିଆଯାଏ । ଏହା ସ୍କୁଲ ଶିକ୍ଷାରେ ସହାୟକ ହୁଏ । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କରାଯାଏ I ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା, ଗର୍ଭବତୀ ଓ ପ୍ରସୂତିଙ୍କ ଯତ୍ନ ଆଦି ଅଙ୍ଗନୱାଡି ମାଧ୍ୟମରେ କରାଯାଏ। କିନ୍ତୁ ଅଙ୍ଗନୱାଡି କେନ୍ଦ୍ରରେ ଲିରିଭୂମି ଅଭାବ ରହିଛି। ନବରଙ୍ଗପୁର ଜିଲାର ୪୧୨ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ । ୧୭୬ ଅଙ୍ଗନୱାଡି କେନ୍ଦ୍ର ତିଆରି ନ ସରି ଅଧାପନ୍ତରିଆ ହୋଇପଡ଼ିରହିଛି।

ନବରଙ୍ଗପୁର ଜିଲାରେ ୨,୩୩୦ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଯେଉଁଥୁରୁ ୧୯୨୦ଟିର ନିଜସ୍ବ କୋଠା ରହିଛି। ୪୧୦ କେନ୍ଦ୍ରର ନିଜସ୍ବ କୋଠା ନାହିଁ I ୬୩୬ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ ୧୭୬ଟି ସମ୍ପୂର୍ଣ ହେଇଛି। ୪୭ଟି

ଭଡ଼ାଘରେ ଚାଲିଥିବା ମିର୍ଗାନଗୁଡ଼ା ଗାଁର ଅଙ୍ଗନୱାଡି କେନ୍ଦ୍ର ।

ସ୍କୁଲରେ, ୧୫୬ଟି ଭଡ଼ା ସ୍ଥାନରେ ଏବଂ ୨୦୭ଟି ଅଙ୍ଗନୱାଡି ଗୋଷ୍ଠୀ ସାଧନ କେନ୍ଦ୍ରରେ ଚାଲିଛି । ମାତ୍ର ୧ ହଜାର ୬୦୮ ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ଅଛି। ୧ ହଜାର ୩୮୩ କେନ୍ଦ୍ରରେ ଶୌଚାଳୟ ଓ ୧୯୧୮ଟି ଅଙ୍ଗନୱାଡିରେ ପାନୀୟ ଜଳ ଉପଲବ୍ଧ ଅଛି।

ପୁଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମରେ ଜୁନ୍ ସୁଦ୍ଧା ୨,୩୩୦ ଅଙ୍ଗନୱାଡି କେନ୍ଦ୍ରର ୧ ଲକ୍ଷ ୭୦ହଜାର ୧୬୨ ଜଣ ହିତାଧୁକାରୀ ରହିଛନ୍ତି ; ଯେଉଁଥରେ

୧ ଲକ୍ଷ ୨୧ହଜାର ୩୮୫ ଜଣ ଶିଶୁ (୬ ମାସରୁ ୬ ବର୍ଷ), ୧୨ହଜାର ୫୪୮ ଜଣ ଗର୍ଭବତୀ, ୮ହଜାର ୯୧୬ ଜଣ ସ୍ତନ୍ୟପାନ କରାଇଥିବା ମାଆ, ୪୦୪ ଜଣ ଶିଶୁ ଏବଂ ୨୭ହଜାର ୩୧୩ ଜଣ କିଶୋରୀ ବାଳିକା ପୁଷ୍ଟିକର ଖାଦ୍ୟ ଅଙ୍ଗନୱାଡି ମାଧ୍ୟମରେ ପାଉଛନ୍ତି। ତେବେ ୨୦୨୫ ମାର୍ଚ ଓ ଏପ୍ରିଲ ସୁଦ୍ଧା ପୋଷଣ ଅଭିଯାନ ଆଧାରରେ ୧ଲକ୍ଷ ୯୧ହଜାର ୬୦୬ ହିତାକାରୀଙ୍କ ମଧ୍ୟରୁ ୯୦ ଜଣଙ୍କ

ଯାଞ୍ଚ ହୋଇପାରିନାହିଁ । ୧ଲକ୍ଷ ୪୪ହଜାର ୧୯୮ ପିଲା (୦-୬ ବର୍ଷ) ମଧ୍ୟରୁ ୧ଲକ୍ଷ, ୪୩ ହଜାର ୯୫୭ ଓଜନ କରାଯାଇଥିଲା। ଶିଶୁ ସ୍ବାସ୍ଥ୍ୟ ଶୂନରୁ ୬ ମାସ ୨୪୦ ଓ ୬ ମାସରୁ ୫ ବର୍ଷ ୪୪୧ ଜଣ (ମୋଟ ୬୮୧) ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ; ଯାହାକି ୦.୫୭ ପ୍ରତିଶତ ବୋଲି ଜଣାପଡିଛି। ସେହିଭଳି ୦ରୁ ୫ ବର୍ଷ ଗେଡ଼ାପଣ ଓ ଶରୀର ବୃଦ୍ଧି ନ ହେବା ପୁଷ୍ଟିହୀନତା ଶିଶୁ

୬୩୬ ଅଙ୍ଗନୱାଡି କେନ୍ଦ୍ର ପାଇଁ ମିଳିଛି ମଞ୍ଜୁରୀ

ସମ୍ପୂର୍ଣ ହୋଇଛି ମାତ୍ର ୧୭୬

୧୫୫୩୦ ଜଣ ରହିଛନ୍ତି । ଯାହାକି ୧୩.୮ ପ୍ରତିଶତ । ସେମିତି ଅତିଶୟ ପୁଷ୍ଟିହୀନତା ଶୂନ ୫ବର୍ଷ ମଧ୍ୟରେ ୪୬୮୨ ଓ ୬ ବର୍ଷ ମଧ୍ୟରେ ୫୦୬୮ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଅତିଶୟ ପୁଷ୍ଟିହୀନତାର ଶିକାର ହୋଇଥିବା ୪୪୦ ଜଣ ଶିଶୁଙ୍କୁ ଅଙ୍ଗନୱାଡି ଓ ଆଶାକର୍ମୀମାନେ ଉମରକୋଟ ଓ ନବରଙ୍ଗପୁର ଏନ୍‌ଆର୍‌ସିକୁ ପଠାଇ ଆବଶ୍ୟକ ଚିକିତ୍ସା କରାଇବା ସହ ପୁଷ୍ଟିକର ଖାଦ୍ୟ କିଭଳି ଖାଇବେ ଓ ଶିଶୁର କିଭଳି ଯତ୍ନ ନେବେ ସେ ନେଇ ପରାମର୍ଶ ଦିଆଯାଇଛି । ଏ ନେଇ ଜିଲା ପ୍ରକଳ୍ପ ସଂଯୋଜକ ବିଶ୍ବଜିତ ମହାନ୍ତିଙ୍କୁ ପଚାରିବାରୁ ଅଙ୍ଗନୱାଡି କେନ୍ଦ୍ର କାମ ପାଇଁ ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି। ଦୁରନ୍ତ କାମ ସାରି ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button