HealthOdishaPolitics

୫ଲକ୍ଷ ଟଙ୍କାର ବିହନ, କୀଟନାଶକ ଜବତ: ଗୋଦାମ ସିଲ

କୋଡିଙ୍ଗା, 22।6 ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ପକ୍ଷରୁ ଶନିବାର କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ ଅଣସ୍ବୀକୃତିପ୍ରାପ୍ତ ବିହନ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମ ଚନ୍ଦ୍ର ମୁଦୁଲିଙ୍କର ନେତୃତ୍ୱରେ ଆଜିର ଚଢାଉରେ କୋଡିଙ୍ଗା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଭୂୟାଁ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଅନୀଲ କୁମାର ପ୍ରହରାଜ, ପାପଡ଼ାହାଣ୍ଡି ଅତିରିକ୍ତ ଜିଲ୍ଲା କୃଷି ଅକାରୀ ବିଶ୍ବଜିତ ସାହୁ ସାହୁ, କୋଷାଗୁମୁଡ଼ା ବ୍ଲକ କୃଷି ଅଧିକାରୀ ଦୁର୍ଯ୍ୟୋଧନ ଜାନି, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଲୋପାମୁଦ୍ରା ସାହୁ, କୋଡିଙ୍ଗା ଓଏଚ୍ଜି କାଳୁଚରଣ ସାହୁ ପ୍ରମୁଖ ସାମିଲ ଥିଲେ। ଅଧୂକାରୀମାନେ ସଞ୍ଜୟ ଅଗ୍ରବାଲ, ଦୟା ମେହେତା ଓ ଧର୍ମରାଜ ଦୋରାଙ୍କ ଦୋକାନରେ ଚଢ଼ାଉ କରି ଷ୍ଟକ, ବିହନ ଯାଞ୍ଚ କରିଥିଲେ। ଷ୍ଟକ ସେଲ ନୋଟିସ ସହ ୭ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ୍ କରାଯାଇଛି। ବିକ୍ରୀ ହେଉଥୁବା ବିନା ଲାଇସେନ୍ସରେ ୫ଲକ୍ଷ କ୍ଷ ଟଙ୍କାର ବିହନ ଓ କୀଟନାଶକ ଜବତ କରି ଗୋଦାମ କରାଯାଇଛି। ଜବତ ବିହନ ରାଜ୍ୟ ବିକ୍ରି କରିବାକୁ ଓଡ଼ିଶା ସରକାର ପଞ୍ଚ ସ୍ବୀକୃତି ମିଳିଛି କି ନାହିଁ ସେ ନେଇ ସାମ୍ଫ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସରକାରୀ ରିପୋର୍ଟ ଅନୁଯାଇ ଚଳିତ ବର୍ଷ ବ୍ଲକରେ ସରକାରଙ୍କ ଦ୍ବାର। ଲାଇସେନ୍ସ ପ୍ରାପ୍ତ ୪୪ ବିହନ ଓ ସାର ବିକ୍ରୟ କେନ୍ଦ୍ର ରହିଛି। କିନ୍ତୁ ଲାଇସେନ୍ସରେ ଗାଁ ଗାଁ ରେ ଛତୁ ଫୁଟି ପରି ବିହନ ବିକ୍ରୀ କରାଯାଉଛି। କୌଣସି ନିମ କିମ୍ବା ଅଭିଜ୍ଞତା ନ ଥିବା ବ ମାନେ ବେଆଇନଭାବେ ବିହନ ବି କରୁଥିବା ଅଭିଯୋଗ ହୋଇଆୁଥିଲା।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button