HealthOdishaPolitics

କାର୍ଯ୍ୟରେ ଯୋଗଦେଲେ ୨ ବିଶେଷଜ୍ଞ

ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ

ଉମରକୋଟ, 22/6 : ଅପରାହ୍ନରେ ୨ ବିଶେଷଜ୍ଞ ପଜ୍ଞ ଡାକ୍ତର କାର୍ଯ୍ୟରେ ଯୋଗଦେଇଛନ୍ତି। ସେମାନେ ହେଳେ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଅଶ୍ୱିନୀ କୁମାର ପଣ୍ଡା ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦେବୀ ପ୍ରସାଦ ଦାଶ। ଦୀର୍ଘ ଦିନ ହେଲା ଏହି ୨ ବିଭାଗରେ ଡାକ୍ତର ପଦବୀ ବୀ ଖାଲି ଥିଲା। ସ୍ଥାନୀୟ ତଥା ଗଣଶିକ୍ଷା ମନ୍ତ୍ରୀ ବିଧାୟକ ନିତ୍ଯାନନ୍ଦ ।ନନ୍ଦ ଗଣ୍ଡଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇଛି। ସ୍ଥାନୀୟ ଲୋକଙ୍କ ଅନେକ ଦିନର ଦାବି ରହିଥିଲା ଯାହାକି ଆଜି ପୂରଣ ହୋଇଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଡାକ୍ତରଙ୍କ ଯୋଗଦାନ ଖବର ପାଇ ଉମରକୋଟ ପୌର ପରିଷଦର ୧୧ ନମ୍ବର ୱାର୍ଡର କାଉନସିଲର ମୁନା ପାଢ଼ୀ ସେମାନଙ୍କୁ ଭେଟି ସ୍ବାଗତ ଜଣାଇଥିଲେ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button