NationOdisha

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍

ଭଞ୍ଜନଗର,୨୧/୬ :ଭଞ୍ଜନଗର – ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଶନିବାର ଅପରାହ୍ନରେ ଏକ ପିକ୍ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ତଳକୁ ଓଲଟି ପଡିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ‌ନୟାଗଡ ଜିଲ୍ଲା ଦଶପଲ୍ଲାରୁ ଏହି ଗାଡିରେ ଚାଳକ ସମେତ ୩ ଜଣ ବେଲଗୁଣ୍ଠା ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ସେତୁର ଆପ୍ରେଚ ରୋଡରୁ ତଳକୁ ଖସି ପଡିଥିଲା। ଗାଡିରେ ‌ଥିବା ବ୍ୟକ୍ତି ମାନେ ସାମାନ୍ୟ ଆହାତ ହୋଇଥିବା ବେଳେ ତୁରନ୍ତ ସେଥିରୁ ବାହାରକୁ ବାହାରିଥିଲେ। ବେଲଗୁଣ୍ଠା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିଥିବା ଜଣାପଡିଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button