
ଖଣ୍ଡଗିରି, ୨୦/୦୬: ଏମ୍ସ ଓପିଡି ଟିକେଟ ପାଇଁ ଲୋକଙ୍କୁ ଅଧାରାତିରୁ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି। ଲାଇନ୍ରେ ଠିଆ ମଧ୍ୟ ଟିକେଟ ମିଳିବା ନେଇ ଆଶଙ୍କା ରହୁଛି । ଗୁଣାତ୍ମକ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଲୋକ ଏମ୍ସ ଭୁବନେଶ୍ବରକୁ ଛୁଟି ଆସୁଥିଲେ ମଧ୍ୟ ଟିକେଟ ନପାଇ ଅଯଥା ଖର୍ଜାନ୍ତ ହେଉଛନ୍ତି। ଏବେ ଏଭଳି ସମସ୍ୟାରୁ ମୁକ୍ତି ମିଳିବା ରାତିଅଧରୁ ଲମ୍ବା ଲାଇନ୍ ଲଗାଇବା ବଦଳରେ ରେ ଘରେ ବସି ମୋବାଇଲ୍ରେ ଓପିଡି ଟିକେଟ କରିବା ସହିତ ଆଭା ପଞ୍ଜୀକରଣ ହୋଇପାରିବା ଏଭଳି ଦାବି କରିଛନ୍ତି ଯୁବ ଇଞ୍ଜିନିୟର୍ ସୁଦର୍ଶନ ପରିଡ଼ା | ସେ ‘୫ଇ କେୟାର୍’ ନାମରେ ଏକ ଆପ୍ ବିକଶିତ କରିଛନ୍ତି। ଏହି ଆପ୍ ଯୋଗେ ରୋଗୀଙ୍କର ଅଭା ପଞ୍ଜୀକରଣ, ଓପିଡି ଟିକେଟ୍ ବୁକିଂ, ଏମ୍ସରେ ପୁରୁଣା ଡାକ୍ତରୀ ପରାମର୍ଶ ସମ୍ବନ୍ଧିତ ତଥ୍ୟ, ଚିକିତ୍ସା ସମ୍ବନ୍ଧିତ ରିପୋର୍ଟ ଏବଂ ଏଆଇ ଡାକ୍ତରଙ୍କ ପରାମର୍ଶ ଭଳି ସୁବିଧା ମିଳିପାରିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି । ସେ କହିଛନ୍ତି ଯେ ୫ଇ କେୟାର୍
ଆପ୍ ଦ୍ବାରା ଦୂରଦୂରାନ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀ ସମ୍ପର୍କୀୟମାନେ ଲାଭବାନ୍ ହୋଇପାରିବେ ଏହି ଆପ ସମ୍ପୂର୍ଣ୍ଣ ନିଶୁଳ୍କ ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବ ରାତିରୁ ଟିକେଟ୍ ବୁକିଂ କରିହେବା ଆଧାର କାର୍ଡ ଦ୍ବାରା ଇ କେୱାଇସି ସହିତ ଆଭା ପଞ୍ଜୀକରଣ କରିହେବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଆପରେ ଏଆଇ ଡାକ୍ତରଙ୍କ ସୁବିଧା ରହିଛି। ଶରୀରରେ ଦେଖାଦେଉ ଥିବା ଅସାମାନ୍ଯ ଲକ୍ଷଣ ଓ ଔଷଧ ସମ୍ବନ୍ଧିତ ପରାମର୍ଶ ଏଆଇ ଡାକ୍ତରଙ୍କୁ ଙ୍କୁ ପଚାରି ଆପ୍କୁ ତିନିଟି ଭାଷା; ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ପରିଚାଳନା କରିହେବା ପ୍ଲେଷ୍ଟୋର୍ରେ ଏହା ଉପଲବ୍ଧ ରହିଛି। ଏହି ଆପ୍କୁ ନେଇ ଏଏଚ୍ଏ (ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷ) ଙ୍କ ତରପ ରଫରୁ ଅନୁମତି ମିଳିଥିବା ସେ ସୂଚନା ଦେଇଛନ୍ତି। ଏହି ଆପ୍କୁ ଲାଗୁ କରିବାକୁ ସେ ଏମ୍ସ ଭୁବନେଶ୍ଵର ନିକଟରେ ଆବେଦନ କରିଥିବା ଜଣାପଡ଼ି ପଡ଼ିଛି। ମାତ୍ର ଏମ୍ସ ପକ୍ଷରୁ ଏହି ଆପ୍ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ |
ଆପ୍ ବିକଶିତ କରିଛନ୍ତି ଯୁବ ଇଞ୍ଜିନିୟର୍ ବୁଝିହେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।