NationOdishaPoliticsWorld

ଆସୁଛନ୍ତି ମୋଦି: ସୁରକ୍ଷା ବଳୟରେ ରାଜଧାନୀ

୧୩୩ ପ୍ଲାଟୁନ୍ ପୁଲିସ ମୁତୟନ

ଭୁବନେଶ୍ୱର,୧୯/୬ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ପ୍ରଧାନମନ୍ତ୍ରୀ ୬ଷ୍ଠ ଥର ପାଇଁ ଓଡିଶା ଗସ୍ତା ଓଡିଶାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା ପାଇଁ ବଡ଼ ପରି ବେଶ ସୃଷ୍ଟି କରାଯାଇଛି । ଏନେଇ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖ୍ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାଠାରୁ ଆରମ୍ଭ କରି ପାର୍ସି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ତଥା ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବେ କରାଯିବ ସେଥ‌ିପାଇଁ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି । ୧୩୩ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହ ବହୁ ବଡ ଅଧୁକାରୀଙ୍କୁ ସୁରକ୍ଷା ଦାୟିତ୍ଵ ତଦାରଖ କରିବାକୁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ସାଢେ ୩ଟାରେ

ଭୁ ବ ନେ ଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ରେ ପହଞ୍ଚେ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏ ଏକ ରୋଡଶୋର ଯୋଜନା କରାଯାଇଛି । ଏଥି ସହିତ ତ୍ବ ର ଙ୍ଗା ଶୋଭାଯାତ୍ରାରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବେ । ରୋଡ ଶୋ ବେଳେ ପ୍ରଧାନମନ୍ତ୍ରୀ ଜନତାଙ୍କ ଅଭିବାଦନ ଗ୍ରହଣ କରିବେ । କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ଅପରାହ୍ଣ ୨.୦୫ ମିନିଟ ସମୟରେ ପ୍ରଧାନ ମନ୍ତ୍ରୀ ଉତ୍ତର ପ୍ରଦେଶ କୂ ଶୀ ନଗର ବିମାନବନ୍ଦରରୁ ବାୟୁ ସେନା ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଭୁବନେଶ୍ଵର ବିମାନବନ୍ଦରରେ ଅପରାହ୍ଣ ୩.୪୦ ମିନିଟ ସମୟରେ ପହଞ୍ଚିବେ ।

୩.୪୫ ରୁ ବିମାନବନ୍ଦରରୁ ବାହାରି ପ୍ରଧାନମନ୍ତ୍ରୀ ଏକ ରୋଡ ଶୋରେ ୪.୧୫ ମିନିଟ ସମୟରେ ଜନତା ମୈଦାନରେ ପହବେ । ଅପରାହ୍ନ ସାଢେ ୪ଟାରେ ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତି ଅବସରରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଉଦ‌ବୋଧନ ଦେବେ । ଏହା

ସହିତ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ କରକମଳରେ ସମାହିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୫୦ ହଜାରରୁ ଅଧ୍କ ଅନ୍ତଦୋୟ ଗୃହ ଯୋଜନା କାର୍ଯ୍ୟଦେଶ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଯୋଜନାର ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତିରାଜ ବିଭାଗ ନୋଡାଲ ବିଭାଗ ହେବ । ଏହି ଅବସରରେ ଯୋଜନା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ସେହି ପରି ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇ-ହୁଣ୍ଡିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ମହାପୁରୁଷଙ୍କ ଗାଁ ଆଦର୍ଶ ଗାଁ ଯୋଜନାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ କରିବାର ସମ୍ଭାବନା ରହିଛି ।

ମୋଦି ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ପରେ କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ ସୋ’ କରିବେ

ପାଖାପାଖ ୨ ଲକ୍ଷ ଲୋକ ପ୍ରଧାନ ମନ୍ତ୍ରୀଙ୍କୁ ସ୍ଵାଗତ କରିବା କାର୍ଯ୍ୟକ୍ରମ ରହିଛି। ବୟୋବନ୍ଦନା କାର୍ଡ, ଅନ୍ତୋଦୟ ଘର ବଣ୍ଟନ ମଧ୍ୟ ବାଣ୍ଟିବେ।

ଅନ୍ୟପକ୍ଷେ ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ଯ ସ୍ଥିର ହୋଇଛି।

ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ପକ୍ଷରୁ ଏକ ତ୍ରୁଟ ଚାର୍ଟ ଜାରି କରାଯାଇଛି । କଟକ ପଟୁ ଆସୁଥୁବା ବସ ଗୁଡିକ ( ଜାତୀୟ ରାଜପଥ ନପୁର-୧୬ରେ) ରସୁଲଗଡ ରେଲୱେ ଓଭରବ୍ରିଜ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ –ଆଚାର୍ଯ୍ୟ ବିହାର ଛକରୁ ଡାହାଣରେ ଆପୋଲୋ ହସ୍ପିଟାଲ – ସୈନିକ ସ୍କୁଲ ଯିବେ । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଜ-ଆଚାର୍ଯ୍ୟବିହାର ଛକ -ବାମ ମୋଡ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ଥା, ନାକୋଚ୍ଛକ –କଳିଙ୍ଗ ହସପିଟାଲ ରାସ୍ତା, ରେଲୱେ କଲୋନୀ, ଗୋଳେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍ଟି କରାଯିବ ।

ଏହା ପରେ ପ୍ରଧାନମନ୍ତ୍ରୀ ଅପରାହ୍ଣ ୫.୩୫ ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ସହ ୫.୫୦ରେ ଭୁବନେଶ୍ଵର ବିମାନ ବନ୍ଦରରୁ ଫେରିବେ । ପ୍ରଧାନମନ୍ତ୍ରୀଙ୍କ ଆସୁଥିବାରୁ ରାଜଧାନୀରେ ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସମାଗମ ହେବ । ଭିଆଇପି, ଭିଭିଆଇପିମାନଙ୍କ ସୁରକ୍ଷା ତ‌ଥା ଜନସାଧାରଙ୍କ ସୁଗମନାଗମଙ୍କୁ ଦୃଷ୍ଟିରେ ରଖ୍ ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮(ଓଡିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ଭୁବନେଶ୍ଵର-କଟକ, ପୋଲିସ କମିସନରେଟ ( ଟ୍ରାଫିକ ଓ ପବ୍ଲିକ ଅର୍ଡର ) ୨୦୦୮ର ଧାରା ୩୬ ଆଧାରରେ ଶୁକ୍ରବାର ଅନେକଗୁଡିଏ ପ୍ରତିବନ୍ଧକ ଲାଗୁ କରାଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button