EntertainmentNationOdisha

ଶ୍ରୀ ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀଙ୍କ ବାର୍ଷିକ ମହୋତ୍ସବ

ନବରଙ୍ଗପୁର,19/7: ନବରଙ୍ଗପୁର ସହରରେ ଥିବା ଶ୍ରୀ ଭେଙ୍କେଟେଶ୍ଵର ସ୍ବାମୀଙ୍କ ଷୋହଳତମ ବାର୍ଷିକ ମହୋତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡ଼ମ୍ବର ସହ ପାଳନ କରାଯାଇଛି। ଆଜି ସକାଳୁ ବାଲାଜୀଙ୍କ ପ୍ରତିକୃତିକୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏହାପରେ କଲ୍ୟାଣ ମହୋତ୍ସବ, କୁଙ୍କୁମ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଭେଙ୍କେଟେଶ୍ଵର ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତା, ସଭ୍ୟ ଓ ନବରଙ୍ଗପୁର ସତ୍ୟସାଇ ବାବା ସେବାୟତମାନେ ସହଯୋଗ କରିଥିଲେ ଅପରାହ୍ନରେ ହଜାରରୁ ଊର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଥିଲେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button