OdishaPolitics

ୱାଡେ ,ଶିରା ଓ ପୂଜାରୀମାନଙ୍କ ଦ୍ଵାରା ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ

ମାଲକାନଗିରି,ତା:୧୯/୬ ମାଲକାନଗିରି ଜିଲ୍ଲାରେ ଥିବା ୧୪ ଗୋଟି ବିଭିନ୍ନ ଜନଜାତି
ସଂପ୍ରଦାୟ ,ୱାଡେ ,ଶିରା ଓ ପୂଜାରୀମାନଙ୍କ ଦ୍ଵାରା ମାଲକାନଗିରି ଜିଲ୍ଲାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ପାହାନ୍ଦୀ ପାରୀ କୁପ୍ପାର ଲିଙ୍ଗ ବାଲାରାଜୁ,ପୋତରାଜୁ, କାନାମରାଜୁ ଓ ମୁତ୍ୟୋଲାମ୍ମା ଟ୍ରଷ୍ଟ ର ସଭାନେତ୍ରୀ ଶୁକ୍ରୀ ମାଡକାମୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମାଲକାନଗିରି ତାରିଣୀ ମନ୍ଦାର ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ
ପହଞ୍ଚି ଥିଲା । ଆଦିବାସୀ ସମାଜ ୱାଡେ ,ଶିରା ଓ ପୂଜାରୀମାନେ ବିଜ୍ଞାନର ଅଗ୍ରଗତି ହୋଇ ନଥିଲା ବେଳେ ଚେରମୂଳି ଔଷଧ ଦ୍ବାରା ଜୀବନ ରକ୍ଷା କରୁଥିଲେ। ଆଦିବାସୀ ସମାଜ ଜନ୍ମ, ମୃତ୍ୟୁ, ବିବାହ ଓ ଉତ୍ସବଗୁଡିକେ ଏମାନଙ୍କ ଦ୍ବାରା
ସଂସ୍କାର କାର୍ଯ୍ଯ ସପନ୍ନ ହୋଇ ଆସୁଛି। ଆଦିବାସୀ ସଭ୍ୟତାର ପ୍ରାରମ୍ଭରୁ ୱାଡେ ,ଶିରା ଓ ପୂଜାରୀମାନଙ୍କ ଗୁରୁତ୍ବ ରହି ଆସିଥିଲା ବେଳେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗର କୌଣସି ବ୍ୟବସ୍ଥା ନାହିଁ। ଯେଉଁ ମାନେ ସାଧାରଣତଃ କୀର୍ତ୍ତନ କରୁଛନ୍ତି, ରାଜ୍ୟ ସରକାର କଳାକାର ଭତ୍ତା ପ୍ରଦାନ କରୁଥିବା ବେଳେ ଆଦିବାସୀ ସମାଜରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଏହି ତିନି ପ୍ରକାର ୱାଡେ ,ଶିରା ଓ ପୂଜାରୀମାନଙ୍କୁ ଅବହେଳା କରା ଯାଇଛି। ଏଣୁ ସଂଘ ତରଫରୁ ମାନସିକ ଭତ୍ତା ପ୍ରଦାନ କରିବା ସହିତ, ଆଦିବାସୀ ମନ୍ଦିର ଗୁଡ଼ିକର ୱାଡେ ,ଶିରା ଓ ପୂଜାରୀମାନଙ୍କ ପୂଜା ବିଧି ସମୟରେ ରହଣୀ କରିବା ଓ ରୋଷେଇ କାର୍ଯ୍ୟ ସକାଶେ ଗୃହ ନିର୍ମାଣ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଲଳିତ ନାରାୟଣ ମାଡକାମୀ, ସଂଘର ସଂପାଦକ ଇର୍ମା ମାଢି କୋଷାଧ୍ୟକ୍ଷ ବୁଦ୍ରା ମାଡି ଉପସ୍ଥିତ ରହିଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button