OdishaPolitics

ଦକ୍ଷିଣ ଘୁମୁସର ବନଖଣ୍ଡ ଡିଏଫଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭଞ୍ଜନଗର,୧୮/୬ : ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବଦଳି ହୋଇଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନେଇ ବୁଧବାର ଅପରାହ୍ନରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଶ୍ରୀ ଆଚାର୍ଯ୍ୟଙ୍କ ଜଙ୍ଗଲ ପରିଚାଳନା,ଜଙ୍ଗଲ ଘନତ୍ବ ବଢାଇବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ରହିଥିବା ଅବଦାନ ସଂର୍ପକରେ କହିବା ସହ ପଡୋଶୀ ବନଖଣ୍ଡ ସହ ସମ୍ମନ୍ବୟ ଓ କର୍ମଚାରୀଙ୍କ ସହ ରହିଥିବା ଉତ୍ତମ ସଂର୍ପକ କହିଥିଲେ। ଏହାକୁ ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ବେହେରା ସଂଯୋଜନା କରିଥିବା ବେଳେ ବିଦାୟୀ ଡିଏଫ୍ଓ ଶ୍ରୀ ଆଚାର୍ଯ୍ୟ ତାଙ୍କ କର୍ମମୟ ଜୀବନ ଉପଲବ୍ଧି ସଂର୍ପକରେ କହିଥିଲେ। ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି,ଶୂଳପାଣି ଶତପଥୀ,ସୁରେଶ ସ୍ବାଇଁ,ବନ୍ୟପ୍ରାଣୀ ସୁରକ୍ଷା ସଭ୍ୟ ରମେଶ ପାତ୍ର,ଏସିଏଫ ବିବେକ ଦାସ,ନିହାର ରଞ୍ଜନ ମଲ୍ଲିକ,ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ,ପୋଲସରା ରେଞ୍ଜର ଅନିଲ ପଣ୍ଡା, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଓ ବନପାଳ ବନରକ୍ଷୀ ମାନେ ଶ୍ରୀ ଆଚାର୍ଯ୍ୟଙ୍କ କାର୍ଯ୍ୟ ଶୌଳୀ ସଂର୍ପକରେ କହିଥିଲେ। ଶ୍ରୀ ଆଚାର୍ଯ୍ୟ ଏଠାରେ ଦାୟିତ୍ୱ ନେବା ପରେ କାଠ ଚୋରିକୁ ରୋକିବା ସହ ନୂତନ ବନୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ କ୍ୟାଡର ଆଇଏଫ୍‌ଏସ୍‌ ଅଧିକାରିଣୀ ଭିପାସା ପାରୁଲ ଓଡ଼ିଶା କ୍ୟାଡର୍‌କୁ ଆସିବା ପରେ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସେ ଆଗାମୀ ଦିନରେ ଦାୟିତ୍ବ ନେବାକୁ ଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଭୁବନେଶ୍ୱର ପିସିସିଏଫ୍‌ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡିଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button