EducationOdisha

ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା

ମାଲକାନଗିରି, ୧୮/୬
ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ବିକାଶ ମେଳାରେ ଏକ କର୍ମଶାଳା ଆୟୋଜନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ ଶିକ୍ଷା ବିଭାଗ ପ୍ରଫେସର ଡଃ ରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ବିଶେଷ ଭାବରେ ଏନଇପିରେ ଟାର୍ଗେଟ କରାଯାଉଛି ଛାତ୍ରଛାତ୍ରୀଙ୍କ ସ୍କିଲ ବୃଦ୍ଧି କରିବା ପାଇଁ। ତାଙ୍କର ପ୍ରଫେସନାଲ କୋର ଏରିଆରେ ଜ୍ଞାନ ବୃଦ୍ଧି ହେବ। ଯେଉଁ ପିଲାଟି ଆଗକୁ ଡିଗ୍ରୀ, ଡିପ୍ଲମା ସାରିବ ସେ ସେତିକି କୌଶଳୀ ହୋଇଥିବ, ଯାହା ଫଳରେ ସେ ପରବର୍ତ୍ତୀ ସମୟରେ ନିଜର କୌଶଳ ବ୍ୟବହାର କରି ରୋଜଗାର କ୍ଷମ ହୋଇପାରିବ।ଜାତୀୟ ଶିକ୍ଷା ନୀତି ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ସେହିପରି ପ୍ରଫେସର ପ୍ରଧାନ ଏହି ଅବସରରେ କହିଛନ୍ତି,ନୂତନ ଶିକ୍ଷା ପଦ୍ଧତି ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବ। ନୂତନ ଶିକ୍ଷା ନୀତିର ବହୁ ମାତ୍ରାରେ ଛାତ୍ରଛାତ୍ରୀ ଙ୍କୁ ସହାୟକ ହେବ କାରଣ ଏହାର ଭିତ୍ତିଭୂମି ହେଉଛି ଭାରତର ସଂସ୍କୃତି ଉପରେ ପର୍ଯ୍ୟବେସିତ। ନୂତନ ଶିକ୍ଷାନୀତି ଆଗାମୀ ପିଢ଼ି ପାଇଁ ବହୁ ମାତ୍ରାରେ ସହାୟକ ହେବ, ସେଥିରେ ସନ୍ଦେହ ନାହିଁ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଏକ ଐତିହାସିକ ପଦକ୍ଷେପ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମତବ୍ୟକ୍ତ କରିଛନ୍ତି । ଏହା ଲାଗୁ ହେବା ଦ୍ଵାରା ଶିକ୍ଷା ସରଳୀକରଣ ହେବ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ନିପୁଣ ଓଡ଼ିଶା ଲାଗୁ କରାଯିବ। ପ୍ରାଥମିକ ସ୍ତରରେ ପିଲା ମାନେ ସ୍ଥିତି ଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯିବ। ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂସ୍କୃତିର ବି ଏଥିରେ ପ୍ରଚାର ପ୍ରସାର କରାଯାଉଛି ।
ଏନଇପି ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବ ଓ ଗୁଣାତ୍ମକ ଶିକ୍ଷା ମିଳି ପାରିବ। ସେଥିପାଇଁ ମାଧବ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୫୦ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଆସି ଅଂଶ ଗ୍ରହଣ କରିଥିଲେ। ଏହି କର୍ମଶାଳାରେ କିଭଳି ଭାବରେ ଶିକ୍ଷା ନୀତିକୁ ଲାଗୁ କରି ପିଲାଙ୍କ ଭବିଷ୍ୟତ ଗଢାଯାଇପାରିବ ସେନେଇ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ଡ଼ାଇଟ୍ ଅଧ୍ୟକ୍ଷା ମମତା ଝଡିଆ ଓ ରିସର୍ସ ପର୍ସନ ଭାବେ ହେମନ୍ତ କୁମାର ସେନାପତି ଓ ପ୍ରମୋଦ କୁମାର ସେନାପତି ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ ମଧ୍ଯ ଉପସ୍ଥିତ ଥିଲେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button