KoraputOdishaPolitics

ଆସୁନାହାନ୍ତି ଅଧୂକାରୀ, ଫେରୁଛନ୍ତି ହିତାଧୂକାରୀ

ବୈପାରୀଗୁଡ଼ା, ୧୭।୬: କୋରାପୁଟ ଜିଲ୍ଲା ବୈ ପାରୀଗୁଡା ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାୟୀ ବିଡିଓ ନଥ୍‌ବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳିଛି। ପୂର୍ବରୁ ଥ‌ିବା ବିଡ଼ିଓ ଅଭିମନ୍ୟୁ କବି ଶତପ ଗତ ମେ ମାସ ୩୧ ତାରିଖରେ ଅବସର ତପଥ୍ ଗ୍ରହଣ କରିବା ପରେ ଏଠାରେ ନୂତନ ବିଡ଼ିଓ ନିଯୁକ୍ତି ହୋଇ ନାହାନ୍ତ। ବର୍ତ୍ତମାନ ଜୟପୁର ବିଡିଓ ଶକ୍ତି ମହାପାତ୍ର ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ତେବେ ଦୁଇ ଦୁଇଟି ଦାୟିତ୍ବ ତୁଳାଉ ଥିବାରୁ ସେ ସମ୍ପୂର୍ଣ ସମୟ ଦେଇ ପାରୁନାହାନ୍ତି। ଫଳରେ ଜନସାଧାରଣ ଅସୁବିଧା ଭୋଗୁଥିବା ଦେଖୁବାକୁ ମିଳିଛି। ବୈପାରୀଗୁଡା ବ୍ଲକ୍ ଅଧୀନରେ ୨୦ ଗ୍ରାମପଞ୍ଚାୟତ ରହିଛି। ବିଭିନ୍ନ କାମ

ପାଇଁ କିଏ ତ ୮୦ କିଲୋମିଟର ଦୂର ତେନ୍ତୁଳିଗୁମ୍ମାର ଆସି ନିରାଶରେ ଫେରୁଛି ତ ଆଉ କିଏ ବୋଦାପୁଟ ଘାଟି ପାହାଡିଆ ଅଞ୍ଚଳରୁ ଆସି ଫେରୁଛି। ସେଭଳି ଆଜି ଅନେକ ହିତାଧିକାରୀ ନିରାଶ ହୋଇଛନ୍ତି। ଏତେ ଦୂରରୁ ଜନସାଧାରଣ ଗୋଟିଏ

କାମ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଖର୍ଚ୍ଚାନ୍ତ ହେବା ସହ ହଟହଟା ମଧ୍ୟ ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବୈପାରୀଗୁଡା ବ୍ଲକ୍ ପାଇଁ ନୂତନ ବିଡିଓ ନିଯୁକ୍ତି କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button