EntertainmentOdisha

ଗଜପତିର ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ପିତୃ ଦିବସ ଓ ରଜୋତ୍ସବ ପାଳନ

ପାରଳାଖେମୁଣ୍ଡି:୧୬/୬ ପାରଳାଖେମୁଣ୍ଡି ରାଜ ପ୍ରାସାଦ ପରିସରରେ ଥିବା ୟୁଟେକ୍ କମ୍ପ୍ୟୁଟର ଏଡୁକେସନ୍ କେନ୍ଦ୍ରରେ ପ୍ରଗତି ମହିଳା ସଙ୍ଗଠନ ତରଫରୁ ଅନ୍ତର୍ଜାତୀୟ ପିତୃ ଦିବସ ଏବଂ ରଜ ଉତ୍ସବ ପାଳନ ହୋଇସାରିଛି। ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ଭାଷଣ ଦେଇଥିବାବେଳେ ସ୍ନେହା ବେହେରା ପରିଚୟ ପ୍ରଦାନ କରିଥିଲେ। ପିତାଙ୍କୁ ସଶ୍ରଦ୍ଧ ସମାନ ସହ ସେବା ଦେବାସହ ଜଣେ ଚଳନ୍ତି ପ୍ରତିମାକୁ ବା ଭଗବାନ ଭଳି ମାନିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତା ମାନେ କହିଥିଲେ
ପିତୃ ପୂଜାରେ ବିଚିତ୍ରାନନ୍ଦ ବେବର୍ତ୍ତା, ମନୋଜ ପଟ୍ଟନାୟକ, ଡ.ନରସିଂହ ଗୌଡ ,ଭାଗବତ ପାଢୀ, ଲୋକନାଥ ମିଶ୍ର, ହରିମୋହନ ପଟ୍ଟନାୟକ, ମଞ୍ଚାସୀନ ଥିଲେ ।ସଭାନେତ୍ରୀ କଳ୍ପନା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ତନୂଜା ଶତପଥି ପ୍ରାକ୍ ସୂଚନା ଦେଇଥିଲେ। ଏହି ଅବସରରେ ଓଡ଼ିଆ ତର୍କ, ଅଲତା ପରିଧlନ,ନୃତ୍ୟ, ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜ ୟୀଙ୍କୁ ପ୍ରମାଣ ପତ୍ର ଓ ଫୁଲତୋଡ଼ା ପ୍ରଦାନ କରାଯାଇଥିଲା।ଶେଷରେ ରଜ ପାନ, ଓଡ଼ିଆ ପାରମ୍ପାରିକ କାକରା ପିଠା,ପୋଡ ପିଠା ପରିବେଷଣ କରାଯାଇଥିଲା। ଶେଷରେ ରାଜେଶ୍ୱରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button