
ଜୟପୁର, 16/6,: ଆୟୁଷ୍ମାନ କାର୍ଡରେ ଔଷଧ ଦିଆଯାଉ ନ ଥିବା ଜୟପୁର ପିଆର୍ପେଟାର କର୍କଟ ପୀଡିତ ଏମ ରମେଶ ଅଭିଯୋଗ ଆଣିଛନ୍ତି । ଆୟୁଷ୍ମାନ କାର୍ଡରେ ଔଷଧ ପ୍ରଦାନ କରା ନ ଗଲେ ବଞ୍ଚିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ ବୋଲି ଆଜି ଜୟପୁର ପୌରପାଳିକା କାର୍ଯ୍ୟାଳୟରେ ଗୁହାରି ଜଣାଇଛନ୍ତି । ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ପୌର ପରିଷଦ କାର୍ଯ୍ୟାଳୟରେ ନିବେଦନ କରିଛନ୍ତି । ଗତ ୨୦୨୧ ଅକ୍ଟୋବରରେ ସେ ଅସୁସ୍ଥ ହୋଇ ପଡ଼ିଥିଲୋ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ବଡ ଡାକ୍ତରଖାନାରେ ଚିକିତ୍ସା ହୋଇଥିଲେ । ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ଡାକ୍ତରଙ୍କ କହିବା ଅନୁଯାୟୀ ରମେଶ ତାଙ୍କ ଉଚ୍ଚ ଚିକିତ୍ସା ପାଇଁ ବିଶାଖାପଟଣାର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ସେହି ସମୟରେ ବି ଏସକେୱାଇ କାର୍ଡରେ ତାଙ୍କର ଚିକିତ୍ସା ହୋଇଥିଲା । ଉକ୍ତ କେନ୍ଦ୍ରରୁ ପ୍ରତି ମାସରେ ଉକ୍ତ କାର୍ଡ ଦ୍ବାରା ଔଷଧ ଆଣି ଖାଉଥିଲେ ଆୟୁଷ୍ମାନ କାର୍ଡ ମିଳିଥିଲା । ରମେଶ ବାବୁ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗତ ମେ ୨୯ ତାରିଖରେ ଉକ୍ତ ଜୟପୁର ପୌରପାଳିକା କାର୍ଯ୍ୟାଳୟରେ ଗୁହାରି କରିଥିଲେ |
ସେ ସୁସ୍ଥ ଅଛନ୍ତି । ପ୍ରତି ମାସରେ ୧୦ଟି ଷ୍ଟିପ ଅର୍ଥାତ ୧୫୦ଟି ଔଷଧ ଆଣି ସେବନ କରୁଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଆୟୁଷ୍ମାନ କାର୍ଡ ପ୍ରଚଳିତ କରି ସମସ୍ତ ରୋଗୀ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ।
ରମେଶଙ୍କୁ ନୂଆ ଘରୋଇ ଚିକିତ୍ସାଳୟକୁ ଯାଇ ଥିଲୋ ସେଠାରେ ଆୟୁଷ୍ମାନ କାର୍ଡ ଦେଖାଇ ଔଷଧ ମାଗି ଥିଲେ । ଆୟୁଷ୍ମାନ କାର୍ଡରେ କେମୋ ଦିଆ ଯାଇପାରିବ ଅସ୍ତ୍ରୋପଚାର ହୋଇପାରିବା ଆ ୟୁଷ୍ମାନ କାର୍ଡରେ ଔଷଧ ଖର୍ଚ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଏହି କଥା ଶୁଣିବା ପରେ ରମେଶ ବାବୁ ଏବଂ ତାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ଚଡକ ପଡ଼ି ଯାଇଛି। ରମେଶ ବାବୁଙ୍କ ମାସିକ ଔଷଧ ଖର୍ଚ ୪୬ ହଜାର ଟଙ୍କା ହେଉଛି ବି ଏସକେୱା କାର୍ଡରେ ଔଷଧ ପ୍ରଦାନ କରାଯାଉଥିଲା । କାର୍ଡରେ ବର୍ଷକୁ ୫ ଲକ୍ଷ ଟଙ୍କା ଆସିଲେ ଔଷଧ ବାବଦକୁ ସେଥିରୁ ଭରଣା କରାଯାଉଥିଲା ବୋଲି ରମେଶଙ୍କ ପତ୍ନୀ ବି. ଶ୍ରୀଦେବୀ ପ୍ରକାଶ କରିଛନ୍ତା ଏବେ କେଉଁଠୁ ୪୫ ହଜାର ଟଙ୍କା ଆଣି ଔଷଧ କିଣି ନିଜ ସ୍ୱାମୀଙ୍କୁ ବଞ୍ଚାଇବି ବୋଲି ସେ କୋହଭରା କଣ୍ଠରେ ପୌରପାରିଷଦ କାର୍ଯ୍ୟାଳୟରେ ଗୁହାରି କରିଛନ୍ତି ଔଷଧ ସରିବାକୁ ଆସିଲାଣି ଏପଟେ ପରିବାରକୁ ଚଳାଇବାକୁ କଷ୍ଟକର ବ୍ୟାପାର ହେଉଛି ଜୟପୁର ପୌରପାଳିକା ଅଧ୍ଯକ୍ଷ ନରେନ୍ଦ୍ର ମହାନ୍ତି ଏମ ରମେଶ ଦମ୍ପତିଙ୍କ କରୁଣ କାହାଣୀ ଶୁଣିବା ପରେ ନିଶ୍ଚୟ ପ୍ରଶାସନ ତଥା ସରକାରଙ୍କୁ ଜଣାଇ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲା ପ୍ରଶାସନକୁ କହି ରେଡ୍କ୍ରସରୁ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଟଙ୍କା ଆଣି ରମେଶଙ୍କୁ ବଞ୍ଚାଇବା ପାଇଁ ଶ୍ରୀଦେବୀଙ୍କୁ ଆ ଶ୍ଵ ସ ନ। ଦେଇଛନ୍ତି । କୋରାପୁଟ ସ୍ଥିତ ଆୟୁଷ୍ମାନ ଯୋଜନାର କୋର୍ଡିନେଟରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ରମେଶଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ସହାୟତାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି l