DIstrictEducationMalkangiriOdisha

ପାପଡାହାଣ୍ଡି ପାଇଁ ଗୌରବ ଆଣିଲେ ଛାତ୍ରୀ ଅନିଶା

ନବରଙ୍ଗପୁର ୧୫/୦୬/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଅନିଶା ବରାଳ ୦୮:୦୬:୨୫ ତାରିଖରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଗ୍ରୁପ -ଏ ପ୍ରବନ୍ଧ (ମୋ ସ୍ବପ୍ନର ଓଡିଶା @ ୨୦୩୬ )ପ୍ରତିଯୋଗିତାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପରିବାର ତଥା ପାପଡାହାଣ୍ଡି ଗ୍ରାମ ପାଇଁ ଗୌରବ ଆଣିଛନ୍ତି, ଆଜି ନବରଙ୍ଗପୁର ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପୁରଷ୍କାର ବିତରଣ ଉତ୍ସବରେ ମାନ୍ୟବର ବାଣିଜ୍ୟ ପରିବହନ, ଖଣି ଏବଂ ଲସ୍ପାତ ମନ୍ତ୍ରୀ ଶ୍ରୀ ଭିଭୂତି ଭୂଷଣ ଜେନା, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସାଂସଦ ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ, ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା, ନଗରପାଳ ଶ୍ରୀ କୁନୁ ନାୟକ, ଜିଲ୍ଲାପାଳ,ଏସ ପି,ସି ଡି ଜିଲ୍ଲାପରିଷଦ, ଜିଲ୍ଲାଶିକ୍ଷା ଅଧକାରୀ,ଏବଂ ଅତିଥୁ ଉପସ୍ଥିତ ରହି ଅନିଶା ବରାଳଙ୍କୁ ମାନପତ୍ର ସହ ୫୦୦୦ ଟଙ୍କାର ଚେକ ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଛନ୍ତି,ତାଙ୍କ ବାପା ଶ୍ରୀ ତ୍ରିଲୋଚନ ବରାଳ ଜଣେ ପ୍ରାଥମିକ ଶିକ୍ଷକ ଅଟନ୍ତି,ସେହିପରି ଗ୍ରୁପ-ଏ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ର କେ, ମହେଶ କୁମାର ତୃତୀୟ ସ୍ଥାନ ହାସଲ କରି ଅତିଥିଙ୍କ ଠାରୁ ମାନପ‌ତ୍ର ସହିତ ୨୦୦୦ ଟଙ୍କାର ଚେକ ଏବଂ ବଳଭଦ୍ର ଟ୍ରଫି ପାଇଁ ପୁରସ୍କୃତ ହୋଇଛନ୍ତି ଏବଂ ପାପଡାହାଣ୍ଡି ଏସ ଏସ ଡି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁମା ନାୟକ ଗ୍ରୁପ – ବି ଶ୍ରେଣୀ ର ପ୍ରବନ୍ଧ ପ୍ରତିଯୋଗିତା ରେ( ମୋ ସ୍ବପ୍ନ ର ଭାରତ @୨୦୪ ସ୍ଥା) ପ୍ରଅକାର କରି ଅତିଥିଙ୍କ ଠାରୁ ମାନପ‌ତ୍ର ସହିତ ୫୦୦୦ ଟଙ୍କାର ଚେକ ଏବଂ ଟ୍ରଫି ପାଇଁ ପୁରସ୍କୃତ ହୋଇ ନିଜ ନିଜ ବିଦ୍ୟାଳୟ ଏବଂ ଅଂଚଳ ପାଇଁ ଗୌରବ ଆଣିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button