EducationOdishaPolitics

ରାସ୍ତା ପାର୍ଶ୍ବରେ ଗାତ, ଦୁର୍ଘଟଣା ଆଶଙ୍କା

ତେନ୍ତୁଳିଖୁଣ୍ଟି, ୧୫/୬: ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ରାସ୍ତାର ଉଦୟପୁର
ଗୌଡ଼ଗୁଡ଼ା ମଧ୍ୟରେ ଥିବା ଏକ କଲଭର୍ଟ ପାର୍ଶ୍ଵରେ ଗର୍ଭ ସୃଷ୍ଟି ହୋଇଛି। ଏହାର ମରାମତି କରାଯାଉନଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ପୂର୍ତ୍ତ ବିଭାଗ ପକ୍ଷରୁ ମାଝିଗୁଡ଼ାରୁ ଭାୟା ତେନ୍ତୁଳିଖୁଣ୍ଟି ଦେଇ ଇନ୍ଦ୍ରାବତୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିଲା | ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ରାସ୍ତାର ଅବସ୍ଥା ମଧ୍ୟ ଖରାପ ହେବାକୁ ବସିଲାଣି। ଅପରପକ୍ଷରେ ମାଝୀଗୁଡ଼ା ଠାରୁ ନରସିଂହଗୁଡ଼ା ଏବଂ ଇନ୍ଦ୍ରାବତୀ ଠାରୁ ଚରାମୂଳା ପର୍ଯ୍ୟନ୍ତ ସାଢ଼େ ସାତ ମିଟର ଚଉଡ଼ା ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ନରସିଂହଗୁଡ଼ା ଠାରୁ ଭାୟା ତେନ୍ତୁଳିଖୁଣ୍ଟି ଦେଇ ଚରାମୂଳା ପର୍ଯ୍ୟନ୍ତ ରାସ୍ତା କାମ ହେବା ନେଇ କୌଣସି ସୂଚନା ମିଳିନି। ତେବେ ଉଦୟପୁର-ଗୌଡ଼ଗୁଡ଼ା ମଧ୍ୟରେ ଥିବା ଏକ କଲଭର୍ଟ ନିକଟରେ ରାସ୍ତା ଖାଇଯାଇ ଗର୍ଭ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ଶହ ଶହ ଯାନବାହନ ଚଳାଚଳ କରୁଛି। କେଉଁ ମୁହୂର୍ତ୍ତରେ ଉକ୍ତ ଗର୍ଭରେ ଯାନବାହନ ପଡ଼ି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଣୁ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେବା ପୂର୍ବରୁ ରାସ୍ତା ଏବଂ ଗର୍ଭ ମରାମତି ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button