HealthOdishaPolitics

ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଆଜି ନବରଙ୍ଗପୁର ସହରର ୧୦ନଂ ୱାର୍ଡରେ ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଆୟୁଷ୍ମାନ ବୀମା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କଲେ

ନବରଙ୍ଗପୁର, ୧୪/୬: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ନବରଙ୍ଗପୁର ସହରର ୧୦ନଂ ୱାର୍ଡରେ ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଆୟୁଷ୍ମାନ ବୀମା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଏହି ଅବସରରେ ୧୦ନଂ ୱାର୍ଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ପୌର ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ, ସିଡିଏମଓ ଡ.ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନା ୧୦ନଂ ୱାର୍ଡର ୭୦ ବର୍ଷରୁ ଊର୍ଦ୍ଧ ବୟସ ବ୍ୟକ୍ତିମାନଙ୍କ ଘର ଘର ବୁଲି ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ମୋଟ ୩୭ ଜଣଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଏ.ସତୀଶ, ପୁନମ ସାହୁ, ମମତା ମହାରଣା, ସମେଶ ଖରା ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଏଏନ୍‌ଏମ୍ ଓ ଆଶା କର୍ମୀମାନେ ଉପସ୍ଥିତ ରହିଥିଲେ |

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button