
ଭୁବନେଶ୍ୱର, ୧୪/୬ : ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଆସନ୍ତା ୨୦ତାରିଖ ଅପରାହ୍ଣ 2:3୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ଏ,ହିଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ସରକାର ଓ ଓଡ଼ିଶା ବିଜେପି ପକ୍ଷରୁ ବଡ଼ ଆୟୋଜନ କରାଯାଉଛି। ।
ଆୟୋଜନ ହେବାକୁ ଥିବା ବର୍ଷ ପୂର୍ତି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଯିବେ। ଏହି ରୋଡ୍ ସୋ’ ସହ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜନ କରାଯାଇଛି।
ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ୨୦୩୬ ସୁଦ୍ଧା ରାଜ୍ୟ ସରକାରଙ୍କ ଭିଜନ୍ ଡକୁମେଣ୍ଟ ଉନ୍ମୋଚନ କରିବେ ବିମାନବନ୍ଦରରୁ ଜନତା ମଇଦାନ ରୋଡ୍ ସୋ’, ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍ ସୋ’ରେ ବିମାନବନ୍ଦରରୁ ଜନତା ମଇଦାନରେ ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରସ୍ତୁତ ହୋଇଥିବା ଭିଜନ୍ ଡକୁମେଣ୍ଟକୁ ଲୋକାର୍ପଣ କରିବେ।
ଆସନ୍ତା ୧୧ବର୍ଷର କାଳଖଣ୍ଡକୁ ନଜରରେ ରଖି ବିଜେପି ସରକାର ରାଜ୍ୟରେ କ’ଣ କ’ଣ କରିବାକୁ ଯୋଜନା କରିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ କୁହାଯିବା କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯେପରି ସମସ୍ତଙ୍କ ପାଇଁ ସ୍ମରଣୀୟ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ଅର୍ଯ୍ୟୋଦୟ ଯୋଜନାର ୫୦ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ଦେବେ ଲୋକଙ୍କ ସରକାର କିପରି ଲୋକଙ୍କ ପାଇଁ କାମ କରିଛି ତା’ର ଗୋଟି ଗୋଟି ହିସାବ ବି ଦେବେ। ଏହାସହ ବିଭିନ୍ନ ବିଭାଗର କେତେକ
ନୂଆ ଯୋଜନାର ଶୁଭାରମ୍ଭ ହେବାକୁ ଥିବାବେଳ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ – ମହାପୁରୁଷ ଆଦର୍ଶ ଗାଁର ଶୁଭାରମ୍ଭ ବି କରିବେ।
ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ପ୍ରଧାନମନ୍ତ୍ରୀ ଆସନ୍ତା ୨୦ତାରିଖରେ ଆନ୍ଧ୍ରପ୍ରଦେଶ ଭୁବନେଶ୍ଵର ଆସିବେ। ଏଠାରେ ଦୁଇରୁ ଅପେ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଜନତା ମଇ କାର୍ଯ୍ୟକ୍ରମ ଶେଷ ହେବା ପରେ ସିଧା ବିମାନବନ୍ଦ ଯିବେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନଜ୍ଞ ବିହାର ଯିବୋ ଜୁନ୍ ୨୧ରେ ବିହାରରେ ଆୟୋ ହେବାକୁ ଥିବା ବିଶ୍ଵ ଯୋଗ ଦିବସ କାର୍ଯ୍ୟକ୍ରମ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଳେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସ ବିଧାୟକ, ତିନି କେନ୍ଦ୍ର ମନ୍ତ୍ରୀ ଯୋଗଦେ