OdishaPolitics

ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର ୧୪/୦୬: ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇ, ଓଡ଼ିଶା ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର କୌଣସି ପ୍ରକାରର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ।

ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ ହୋଇଛି, ଏବଂ କାହାକୁ ଛଡାଯିବ ନାହିଁ। ଯିଏ ଦୁର୍ନୀତିରେ ଲିପ୍ତ ରହିବ, ତାଙ୍କ ପଦବୀ ବୀ କିମ୍ବା ପ୍ରଭାବ ଯାହା ହେଉନା କାହିଁକି, ସେ ଜେଲ୍ ଯିବେ। ସେ ଗଣମାଧ୍ଯମ ପ୍ରତିନିଧୂଙ୍କ ସହ କ‌ଥାବାର୍ତ୍ତା ସମୟରେ ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି, ସମ୍ପ୍ରତି ଦୁର୍ନୀତି ବିରୋଧରେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ, ଅନେକ ସରକାରୀ ଅଧୂକାରୀ ପୂର୍ବରୁ ତଦନ୍ତ ଏବଂ ଗିରଫଦାରୀର ର ସମ୍ମୁଖୀନ ହୋଇଛନ୍ତି। ରବିବାର ଦିନ, ଦିନ, ଜଣେ ଆଇଏଏସ୍ ଅଧୂକାରୀଙ୍କ ବାସଭବନରେ ଚଢାଉ କରାଯାଇ ४० ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏନେଇ ଜଣେ କ୍ରସର ବ୍ଯବସାଯ ୟୀଙ୍କଠାରୁ ଲାଞ୍ଚ
ଦାବି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।


ମନ୍ତ୍ରୀ ଜୋର ଦେଇ କହିଛନ୍ତି କହି ଯେ, ସରକାର ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତିବଦ୍ଧ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକ କଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆମେ ସମସ୍ତଙ୍କୁ ଆମ ସହିତ ସହଯୋଗ କରିବାକୁ ଏବଂ ଲାଞ୍ଚ ଦେବା କିମ୍ବା ନେବାରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଛୁ। ଲାଞ୍ଚ ଦେବା ଏବଂ ନେବା ଉଭୟ ସମାନ ଏବଂ ଗୁରୁତର ଅପରାଧ । ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ଯିବଘଗ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡ ଦିଆଯିବ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button