
ପାପଡାହାଣ୍ଡି 13/06: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଲେମ୍ପସ୍ କାର୍ଯ୍ୟାଳୟ କୁ ଯିବା ରାସ୍ତା ଅଳ୍ପ ବର୍ଷା ହେଲେ କୃତିମ ପୋଖରୀ ପାଲଟି ଯାଉଛି । ଏହି ରାସ୍ତାର ଉଭୟ ପାର୍ଶ୍ବ ରେ ଡ୍ରେନ ନ ଥିବାରୁ ବର୍ଷା ହେଲେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଗୋଟିଏ ଜାଗା ରେ ଜମାଟ ବାନ୍ଧୁଛି । ଯାହା ଫଳରେ ଲୋକ ନାହିଁ ନ ଥୁବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ପଂଚାୟତ ଗୋଦାମ ଗୃହ, ସାମ୍ବାଦିକ କ୍ଲବ, ବ୍ୟାଙ୍କ, ଲେମ୍ପ ଗୋଦାମ ଗୃହ ଓ ମୈଦଲପୁର ଗାଁ ଭିତର କୁ ଯିବା ମୁଖ୍ୟ ରାସ୍ତା ଅଟେ । କିଛି ଦିନ ହେଲା ଅଂଚଳ ରେ ବର୍ଷା ଲାଗି ଲାଗିଥିବାରୁ ସେଠାରେ କୃତିମ ପୋଖରୀ ପାଲଟିଛି। ରାସ୍ତା ମଝିରେ ବଡ଼ ବଡ଼ ଗାତ ସଦୃଶ୍ୟ ଥିବାରୁ ଆଣ୍ଠୁଏ କାଦୁଅ ପାଣି ସେହି ରାସ୍ତା ମଧ୍ୟରେ ଜମିଳି ରହୁଛି । ବର୍ତ୍ତମାନ ଏବେ ଲେମ୍ବୁ ମଧ୍ୟରେ ସାର ଓ ବିହନ ଚାଷୀ ଙ୍କୁ ଦିଆଯାଉଥିବାରୁ ଚାଷୀମାନେ ସାର ବିହନ ବାଇକ୍, ଅଟୋରେ ନେବା ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ରାସ୍ତା ର ଉଭୟ ପାର୍ଶ୍ବ ରେ ଡ୍ରେନ ତିଆରି ଓ କଂକ୍ରିଟ ରାସ୍ତା ପାଇଁ ଅଂଚଳବାସି ଓ ଲେମ୍ପୁ କୁ ଆସୁଥୁବା ଚାଷୀ ମାନେ ଦାବି କରିଛନ୍ତି ।