OdishaPolitics

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଚଳିତ ବର୍ଷ ନୂତନ ରଥ ; ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱାରୋପ

ଭଞ୍ଜନଗର,୧୨/୬ : ଘୁମୁସର ଅଞ୍ଚଳର ପ୍ରସିଦ୍ଧ କୁଲାଡ଼ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର ଅପରାହ୍ନରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଅଭିପ୍ସା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ରଥ ନିର୍ମାଣଠୁ ଆରମ୍ଭ କରି ଯାତ୍ରାରେ ସମସ୍ତ ନୀତିକାନ୍ତି କିଭଳି ସୂଚାରୂପେ ସଂପାଦିତ ହୋଇପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ସେହିପରି ଆୟବ୍ୟୟ ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ରଥ ନିର୍ମାଣ,ପାର୍ଶ୍ବ ଦେବତା ଓ ରଥକୁ ରଙ୍ଗଦିଆ କାମ ସକାଶେ ମହାରଣା ଓ କାରିଗରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ କହିଥିଲେ। ଚଳିତ ବର୍ଷ ରଥ ନିର୍ମାଣ ନେଇ ୨୮ ଖଣ୍ଡ କାଠ ଆସିଥିବା ବେଳେ ସେଥିରେ କାମ ଜୋରରସୋର୍ ଚାଲିଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କୁଳାଡ଼ ରଥଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ ପ୍ରଶାସନ ସହ ଏନସିସି ରେଡକ୍ରସ୍ କ୍ୟାଡେଟ ଓ ସ୍ବେଚ୍ଛାସେବୀ ନିୟୋଜନ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ସହ ପାଣି ପାଇଁ ଟ୍ୟାଙ୍କର ସହ ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ୍ ବ୍ୟବସ୍ଥା ସମେତ ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ୍ ସେବା, ଜରୁରୀକାଳୀନ ପରିସ୍ଥିତି ପାଇଁ ଅଗ୍ନିଶମ ବିଭାଗ ଓ ସ୍ବାସ୍ଥ୍ୟବିଭାଗ ପ୍ରସ୍ତୁତ ରହିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ରୀତିନୀତି ସମାପନ ପାଇଁ ମନ୍ଦିର ପୂଜକଙ୍କ ସହ ସମନ୍ବୟ ରକ୍ଷା, ମନ୍ଦିର ଓ ରଥକୁ ଫୁଲରେ ସାଜ୍ଜସଜା କରିବା ସହ ମନ୍ଦିର ସାମ୍ନା ରାସ୍ତାରେ ଝୋଟିଚିତା ଆଙ୍କିବା ସହ ରଥଯାତ୍ରାକୁ ଯାକଜମକରେ କରିବା ନେଇ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା।

ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତାପ କୁମାର ନାୟକ,ଡେପୁଟି କଲେକ୍ଟର ସୁମନ ଘୋଷ,ଏସ୍ଆଇ ଲକ୍ଷ୍ମୀକାନ୍ତ ମହାନ୍ତି,ସରପଞ୍ଚ ପ୍ରତିନିଧି ଭି.ରାଜୀବ ରାଜୁ,ଜଳଯୋଗାଣ ସହକାରୀଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ,ଅଗ୍ନିଶମ ଅଧିକାର ଚକ୍ରଧର କହଁର,ନାରାୟଣ ପଣ୍ଡା,ସୁନୀଲ ପାଢୀ,ସଞ୍ଜୟ ପ୍ରଧାନ,ବ୍ରହ୍ମାନନ୍ଦ ଦାଶ,ରାମକୃଷ୍ଣ ଦାସ,ପ୍ରମୋଦ ପ୍ରଧାନ,ମୁରଲୀଧର ପଣ୍ଡା,ଚନ୍ଦ୍ରଶେଖର ପଣ୍ଡା ଓ ଅରକ୍ଷିତ ପରିଚ୍ଛା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button