Odisha

ତୀର ବିନ୍ଧି ଜଣେ ଗିରଫ ଘଟଣାର ତଦନ୍ତ କଲେ ୫ ଜଣିଆ ସାଇଣ୍ଟିଫିକ ଟିମ

ମାଲକାନଗିରି ୧୨/୦୬ :
ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ରାସବେଡା ପଞ୍ଚାୟତର ପାଲକାଗୁଡା ଗ୍ରାମରେ ଗତ ୮ ତାରିଖ ଦିନ କୌଣସି କାରଣରୁ
ଉକ୍ତ ଗ୍ରାମରେ ରହୁଥିବା ଶ୍ରୀପତି ମୁଦୁଲୀ ଏବଂ ହାଡ଼ି ମୁଦୁଲୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ସେହିଦିନ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ହାଡ଼ି ମୁଦୁଲୀ ଉତକ୍ଷିପ୍ତ ହୋଇ ଧନୁ ସର ଆଣି ହଠାତ ଶ୍ରୀପତିଙ୍କ ବାମ ଛାତିକୁ ତୀର ମାରିଦେଇଥିଲେ। ଯାହା ଫଳରେ ଶ୍ରୀପତିଙ୍କ ଛାତିରେ ତୀର ପଶି ରହିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତାପରେ କୋରାପୁଟ ମେଡିକାଲ ପଠା ଯାଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡିଲାଲ ପଠାଯାଇଥିଲା। ସେଠାରେ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅସ୍ତ୍ରୋପଚାର କରି ଛାତିରୁ ତୀର ବାହାର କରାଯାଇଛି। ବର୍ତ୍ତମାନ ସେ ସେଠାରେ ସୁସ୍ଥ ଥିବା ଜଣା ପଡିଛି। ଏ ନେଇ ଶ୍ରୀପତିଙ୍କ ଝିଅ ପୁର୍ଣିମା ଗତ ୯ ତାରିଖରେ ଥାନାରେ ଏକ
ଲିଖିତ ଏତଲା ପ୍ରଦାନ କରିଥିଲେ।


ଏ ନେଇ ଥାନାରେ କେସ ନମ୍ବର
୧୬୭/୨୦୨୫ ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ହାଡ଼ି ମୁଦୁଲୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ମଙ୍ଗଳବାର ନବରଙ୍ଗପୁରରୁ ଏକ ସ୍ୱତନ୍ତ ୫ ଜଣିଆ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହିତ ଶ୍ରୀପତିଙ୍କ ସାର୍ଟ ଏବଂ ଘଟଣା ସ୍ଥଳରେ ପଡିଥବା ରକ୍ତ ଛିଟାର ନମୁନା ସଂଗ୍ରହ କରିଛନ୍ତି। ହାଡ଼ିଙ୍କ ନିକଟରୁ ଘଟଣାରେ ବ୍ୟବହୃତ ହୋଇଥିବା ଧନୁକୁ ପୋଲିସ ଜବତ କରିବା ସହିତ ବୁଧବାର ହାଡିକୁ ଗିରଫ କରି କୋର୍ଟ ଚାଲାଣ ଜରାଯାଇଛି ବୋଲି ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button