Education

ଶ୍ରୁତୀଙ୍କୁ ପ୍ରମିଳା ପଟ୍ଟନାୟକ ସ୍ମୃତି ସମ୍ମାନ

ନବରଙ୍ଗପୁର 12/06: ସହର ର ସର୍ବ ପୁରାତନ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମଠ ତଥା ମାତା ମଠ ରେ ଆୟୋଜନ ହୋଇ ଯାଇଛି ସ୍ମୃତି ସମ୍ମାନ କାର୍ଯ୍ୟକ୍ରମ। ସକାଳୁ ସକାଳୁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ନାରୀ କବୀ, ଅଭିନେତ୍ରୀ, କୃଷ୍ଣ ପ୍ରେମୀ ସ୍ୱର୍ଗତ ପ୍ରମିଳା ପଟ୍ଟନାୟକ ସ୍ମୃତି ଉଦ୍ଧେଶ୍ୟରେ ପ୍ରତି ମାସ ପ୍ରଥମ ରବିବାର ରେ ଅଖଣ୍ଡ ନାମ ଯଜ୍ଞ ଅ ନୁ ଷ୍ଠି ତ ହୋଇଥାଏ। ଆଜି ମହାମନ୍ତ୍ର ଉଚ୍ଚାରଣ ଏବଂ ମୃଦଙ୍ଗ ଗିନି ଝାଞ୍ଜ ଶବ୍ଦ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସମଗ୍ର ମଠ ପରିସର । ଏହି ପରି ପ୍ରେକ୍ଷିରେ ରାଜା ଚୈତନ୍ୟ ଦେବ ନୋଡାଲ ଉଛ ପ୍ରାଥମିକ ବିଦ୍ୟାଳୟ ନବରଙ୍ଗପୁର ରେ ସୁଶ୍ରୀ ଶ୍ରୁତୀ ସାହୁ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ

ସର୍ବୋଚ୍ଚ ନମ୍ବର ରଖ୍ କୃତକାର୍ଯ୍ୟ ହୋଇ ଥିବାରୁ କୁଞ୍ଜ ବିହାରୀ ମଠ ର ସର୍ବୋଚ୍ଚ ସମ୍ମାନ ନ୍ତନାରୀ କବୀ ପ୍ରମିଳା ପଟ୍ଟନାୟକ ସ୍ମୃତି ସମ୍ମାନ ୨୦୨୫ନ୍ତରେ ସମ୍ମାନିତ କରା ଯାଇଥିଲା। ତାଙ୍କୁ କିଛି ଆର୍ଥକ ରାଶି ପ୍ରଦାନ ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରା ଯାଇଥିଲା । ତାଙ୍କର ଏହି ସଫଳତାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହିତ ସହର ବାସି ଖୁସି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏପରି କାର୍ଯ୍ୟକ୍ରମ ପ୍ରତି ବର୍ଷ ହେଇ ଆସୁଛି । ସୁଶ୍ରୀ ଶ୍ରୁତି ସାହୁ ହେଉଛନ୍ତି ଗାଧବା ଗୁଡ଼ା ମେନ ରୋଡ ନିବାସୀ ପ୍ରଶାନ୍ତ ସାହୁ ଓ ମାତା ଅରୁଣା

ସାହୁ ଙ୍କ କନ୍ୟା I ଏହି ହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ତଥା ପ୍ରାକ୍ତନ କ୍ତନ ଅଧ୍ଯକ୍ଷ ରାଧାନାଥ ବେହେର ବହେରା, ବିଶିଷ୍ଟ ସମାଜସେବ Q1 ଗୋପବନ୍ଧୁ ବିଷୋୟୀ ମୁଖ୍ୟ ଅତିଥ୍ ଭାବରେ ଉପସ୍ଥିତ ରହି ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରିଥିଲେ। ଡ ବେହେରା, ମଠ ର ଇତିହାସ ଏବଂ ମଠ ପ୍ରତି ପ୍ରମିଳା ପଟ୍ଟନାୟକ ଙ୍କ ଅବଦାନ ବିଷୟରେ ତାଙ୍କ ବକ୍ତବ୍ୟ ରେ ରଖୁଥିଲେ। ନାଟ୍ୟକାର ଜଗନ୍ନାଥ ବେହେରା ସଂଯୋଜନା କରିଥିଲେ। ଏଥିରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭ୍ୟା ଜେମାମଣି ବିଷୋୟୀ, ସଙ୍ଗୀତଜ୍ଞ ଭାନୁ ମହାପାତ୍ର, ବିକ୍ରମ ନନ୍ଦ, କୃଷ୍ଣ ଦାସ, ବୈଦେହି ପଣ୍ଡା, ପ୍ରବଚକ ଦାଶରଥ ପଟ୍ଟନାୟକ, ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button