HealthOdishaPolitics

ସାମ୍ବାଦିକଙ୍କୁ ଭଣ୍ଡେଇ ଦେଇଛନ୍ତି ସରକାର

ନୂଆପଡ଼ା, ୮/୬ : ବିଜେଡି ଶାସନ ସମୟରେ ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତିଷ୍ଠିତ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ବାଦିକଙ୍କ ପରିବାର ବର୍ଗଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ୨୦୧୭ ମସିହାରେ ଗୋପବନ୍ଧୁ ସ୍ବାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କାମରେ ଆସୁନି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ କ୍ୟାସଲେସ୍ ସୁବିଧା ମିଳୁନି ଅର୍ପିତା ଖମାରୀଙ୍କୁ ଦୀର୍ଘ ୩ ବର୍ଷ ହେବ ତାମିଲନାଡୁର ଜଣାଶୁଣା ହସ୍ପିଟାଲ ଭେଲୋରର ସିଏମ୍‌ସିରେ ଚିକିତ୍ସା କରି ଆସୁଛନ୍ତି। ୨୦୨୨ ମସିହାରେ ଝିଅକୁ ଭୁବନେଶ୍ଵର ଆପୋଲୋ ହସ୍ପିଟାଲ ଏବଂ ସିଏମ୍‌ସି ଭେଲୋରରେ ଭର୍ତ୍ତି କରି ଉକ୍ତ କାର୍ଡ ମାଧ୍ଯମରେ ମାଗଣା ଚିକିତ୍ସା କରିବାକୁ ଆବେଦନ କରିଥିଲେ। ପରମାଉଣ୍ଟ ହେଲ୍‌ଥ(ଟିପିଏ) କାର୍ଡ ଗ୍ରହଣ କରିଥିଲା; କିନ୍ତୁ ଡିସଚାର୍ଜ ସମୟରେ ଫାଇନାଲ ବିଲ୍ ପେମେଣ୍ଟ କରିବାର ଆବେଦନ ନାକଚ କରିଥିଲା I ଏହା ଫଳରେ ନିଜ ପକେଟ ତଥା ଚିହ୍ନା ଲୋକଙ୍କ ଠାରୁ ଧାର କରଜ କରି ବିଲ୍ ଦେଇ ଘରକୁ ଫେରାଇ ଆଣିଥିଲେ। ବର୍ତ୍ତମାନ ସାମ୍ବାଦିକଙ୍କ କୁନି ଝିଅ ଅର୍ପିତାକୁ ୟୁରିନ୍ ଇନ୍‌ଫେକ୍ସନ୍ ସମସ୍ୟା କାରଣରୁ ସେଠାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ବୋର୍ଡ଼ରେ ପାରାମାଉଣ୍ଟର ସଂସ୍ଥା ସହ ଟାଏ ଅଫ୍ ଥିବା ସୂଚନା ଥିଲେ ସୁଦ୍ଧା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡରେ ବର୍ତ୍ତମାନ ମଧ୍ଯ ସିଏମ୍‌ସି ହସ୍ପିଟାଲରେ ମାଗଣା ଚିକିତ୍ସା ହେଉ ନ ଥିବା ଜଣାପଡ଼ିଛି । କାର୍ଡ ଦ୍ବାରା ମାଗଣା ଚିକିତ୍ସା ଆଶାରେ ଉତ୍ତମ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ତାହା ବାହାର ରାଜ୍ୟର ହସ୍ପିଟାଲରେ କାମରେ ଆସୁ ନ – ୨ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ବେଡ୍‌ରେ ପଡ଼ିଛି କୁନି ଝିଅ

ଦେଶର ବିଭିନ୍ନ ହସ୍ପିଟାଲରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି; ହେଲେ ବର୍ଷେ ହେଲା ସରକାର ପରିବର୍ତ୍ତନ ପରେ ଏହାର ଫାଇଦା ଏବେ ସାମ୍ବାଦିକଙ୍କ ପରିବାର ସଦସ୍ୟ ପାଉ ନ ଥିବା କୋମନା ବ୍ଲକର ଜଣେ ଛାପା ଗଣମାଧ୍ଯମ ସଂସ୍ଥାର ଜଣେ ସାମ୍ବାଦିକ ଏକ୍ସରେ ସିଏମ୍‌ଓ ଓଡ଼ିଶା ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଜଣାଇଛଛନ୍ତି। ଅଭିଯୋଗକାରୀ ସାମ୍ବାଦିକ ନନ୍ଦିଘୋଷ ଖମାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ୧୩ ଅର୍ଷର ଝିଅ

ଥିବାରୁ ହିତାଧିକାରୀଙ୍କୁ ହାଇରାଣ ହେବାକୁ ପଡୁଛି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସାମ୍ବାଦିକ ବନ୍ଧୁମାନଙ୍କ ବୀମାକାର୍ଡ ସମ୍ବନ୍ଧୀୟ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ବୀମା କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାର ସାମ୍ବାଦିକ ମହଲରେ ଦାବି ହୋଇଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button